ବିଦ୍ୟାଳୟ ରୁ ଇନଭେର୍ଟର ବ୍ୟାଟେରୀ ଓ ମେସିନ ଚୋରି,୨ ଅଭିଯୁକ୍ତ କୋର୍ଟ ଚାଲାଣ | |

👇समाचार सुनने के लिए यहां क्लिक करें

ବିଦ୍ୟାଳୟ ରୁ ଇନଭେର୍ଟର ବ୍ୟାଟେରୀ ଓ ମେସିନ ଚୋରି,୨ ଅଭିଯୁକ୍ତ କୋର୍ଟ ଚାଲାଣ |

ନୀଳଗିରି, ୧୯/୬(ସିଧାସମ୍ବାଦ); ଏକ ସ୍କୁଲରୁ ଇନଭେର୍ଟର ବ୍ୟାଟେରୀ ଓ ମେସିନ ଚୋରି ଘଟଣାରେ ବ୍ୟାଟେରୀ, ମେସିନ ଜବତ ସହିତ ଦୁଇ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି | ଘଟଣା ଅନୁଯାଇ
ଗତ ୧୫ ତାରିଖ ବିଳମ୍ବିତ ରାତିରେ ନୀଳଗିରି ଥାନା ଅନ୍ତର୍ଗତ ତଥା ଈଶ୍ୱରପୁର ଫାଣ୍ଡି ଅଧିନ ତରତୁଆ ୟୁଜିୟୁପି ସ୍କୁଲ ରୁ ଏକ ଇନଭେର୍ଟର ମେସିନ ଓ ବ୍ୟାଟେରୀ ଚୋରି ହୋଇଯାଇଥିବା ବେଳେ ପରଦିନ ଅର୍ଥାତ ୧୬ ତାରିଖ ଦିନ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ହିରଣ୍ୟମୟୀ ପଣ୍ଡା ଦେଖିବାକୁ ପାଇଥିଲେ | ଏନେଇ ସେ ସେଇ ଦିନ ଈଶ୍ୱରପୁର ଫାଣ୍ଡିରେ ଏକ ଲିଖିତ ଅଭିଯୋଗ କରିଥିଲେ | ଚୋରି ଅଭିଯୋଗରେ ଗତକାଲି ନୀଳଗିରି ପୋଲିସ ଭୀମେଇ ଗ୍ରାମର ରଞ୍ଜନ ମଲ୍ଲିକ ଙ୍କ ପୁଅ ମନୋଜ ମଲ୍ଲିକ (୨୦) ଏବଂ ଚୋରି ସାମଗ୍ରୀ କୁ କିଣିଥିବା ଯୁବକ ଉକ୍ତ ଗ୍ରାମର କୃଷ୍ଣ ଚନ୍ଦ୍ର ମଲ୍ଲିକ ଙ୍କ ପୁଅ ଭାଗବତ ମଲ୍ଲିକ (୨୫) ଙ୍କୁ ଗିରଫ କରିବା ସହିତ ବ୍ୟାଟେରୀ ଓ ମେସିନ କୁ ଜବତ କରିଛି | ଆଜି ଉଭୟଙ୍କ ନାମରେ ୨୧୯ / ୨୫ ଏବଂ ଦଫା ୩୩୧(୪)/୩୦୫ବିଏନଏସ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି | ଏହି ଚୋରି ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଖୁବ ଶୀଘ୍ର ଧରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି |

Sidha Sambad
Author: Sidha Sambad

Leave a Comment

और पढ़ें