ବୋଲଗଡ,୨୧/୬(ସିଧାସମ୍ବାଦ)ଆଜି 
ବୋଲଗଡ ବ୍ଳକ ଓ ବଡକୁମାରୀ ଗ୍ରାମପଞ୍ଚାୟତ ର ମିଳିତ ସହଯୋଗରେ ବିଜୁପଟ୍ଟନାୟକ କଲ୍ୟାଣିମଣ୍ଡପ ରାଜସୁନାଖଳା ଠାରେ ଆୟୋଜିତ ହୋଇଥିଲା। ଏଥିରେ ବୋଲଗଡ ବ୍ଳକ ଅଧ୍ୟକ୍ଷା ହୁଲାସ ପ୍ରଧାନ , ବିଡ଼ିଓ ସୁମନ ସୁଧା କୁଣ୍ଡୁ, ବଡକୁମାରୀ ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ,ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଡାଇରେକ୍ଟର ପ୍ରକାଶ ଚନ୍ଦ୍ର ରାଉତରାୟ ଓ ବଡକୁମାରୀ ଗ୍ରାମପଞ୍ଚାୟତ ର ମହିଳା, ପୁରୁଷ , ଯୁବକମାନେ ଏବଂ କାଉଁରିପାଟଣା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।୨୦୦ ଶହ ରୁ ଉର୍ଦ୍ଧ୍ବ ଅଂଶ ଗ୍ରହଣ କରି ଯୋଗ କରିବା ଦ୍ଵାରା ଯୋଗଗୁରୁ ବାବୁସାରେ ନିଜର ମତପ୍ରକାଶ କରିଥିଲେ ଯେ ମଣିଷ ସୁସ୍ଥ ଓ ନିରାମୟ ଏବଂ ମାନସିକ ଶାନ୍ତି ହୋଇପାରିବ।ଚକ୍ରାସନ,ବକ୍ରାସନ,ଓଲମ୍ବବିଲମ୍ବ, ପ୍ରାଣାୟମ ଓ ଅନ୍ୟାନ୍ୟ ଯୋଗ କରାଯାଇଥିଲା। ପରିଶେଷରେ ସମସ୍ତେ ଯୋଗ କରିବା ପାଇଁ ସପଥ ପାଠ କରିଥିଲେ। ବଡକୁମାରୀ ଗ୍ରାମପଞ୍ଚାୟତ ର ନିର୍ବାହୀ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।






