ରାଇଘର ମାଟିର ପ୍ରଥମ ଔଷଧ ନିରୀକ୍ଷକ ଶ୍ରୀ ଅଶ୍ୱିନି କୁମାର ଗଣ୍ଡ।

👇समाचार सुनने के लिए यहां क्लिक करें

ନବରଙ୍ଗପୁର:-୨୧/୦୬ (ସିଧା ସମ୍ବାଦ)ନବରଙ୍ଗପୁର ଜିଲ୍ଲା ସୀମାନ୍ତ ରାଇଘର ମାଟିର ପ୍ରଥମ ଔଷଧ ନିରୀକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି ଶ୍ରୀ ଅଶ୍ୱିନି କୁମାର ଗଣ୍ଡ। ନବରଙ୍ଗପୁର ଜିଲ୍ଲା ପଛୁଆ ଓ ଆଦିବାସୀ ଅଧୁଷିତ ଅଞ୍ଚଳହୋଇଥିବା ବେଳେ ରାଇଘର ବ୍ଲକ ତଥା ସମଗ୍ର ଅଞ୍ଚଳ ବାସୀ ଙ୍କ ପାଇଁ ଏହା ଗର୍ବ ଓ ଗୌରବର ବିଷୟ,ସୀମାନ୍ତ ରାଇଘର ବ୍ଲକ ର ଜଡ଼ାପାରା କଲୋନୀ ଗ୍ରାମର ମେଧାବୀ ଯୁବକ ଶ୍ରୀ ଅଶ୍ୱିନି କୁମାର ଗଣ୍ଡ ଓଡିଶା ଲୋକସେବା ଆୟୋଗ ଦ୍ୱାରା ଔଷଧ ନିରୀକ୍ଷକ ଭାବରେ ନିଯୁକ୍ତି ପାଇ ସମସ୍ତ ଅଞ୍ଚଳକୁ ଗର୍ବିତ କରିଛନ୍ତି।ଅଶ୍ୱିନୀ ତୁରୁଡ଼ିହି ଉଚ୍ଚ ବିଦ୍ୟାଳୟ ରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ, ହିର୍ଲି ରେ ଯୁକ୍ତଦୁଇ ପରେ ପରେ ସେ ଜୟପୁର କଲେଜ ଅଫ୍ ଫାର୍ମାସି ରୁ ବି.ଫାର୍ମ ଓ ଏମ.ଫାର୍ମ ଶିକ୍ଷା ଗ୍ରହଣ କରିଥିଲେ। ବର୍ତମାନ ଅଶ୍ୱିନୀ ଙ୍କ ସଫଳତା ଅଞ୍ଚଳବାସୀ ଙ୍କ ପାଇଁ ଖୁସି ଓ ପ୍ରଥମ ଥର ପାଇଁ ଏଭଳି ଏକ ଉଚ୍ଚ ପଦବୀ ପାଇବା ସମସ୍ତ ଯୁବ ପିଢ଼ିଙ୍କ ପାଇଁ ପ୍ରେରଣା ଅଟେ ।
ପୂର୍ବରୁ ସେ ଦନ୍ତେଶ୍ୱରୀ କଲେଜ ଅଫ୍ ଫାର୍ମାସି ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ, ପରେ ସେ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ରେ ଆଣ୍ଠୁ ବାତ ରୋଗ ସମ୍ବନ୍ଧୀୟ ଔଷଧ ଉପରେ ଗଭୀର ଗବେଷଣା କରିଥିଲେ। ସେ ରାଜ୍ୟ ସ୍ତରରେ ବେଷ୍ଟ ପୋଷ୍ଟର ପ୍ରେଜେଣ୍ଟେସନ ପୁରସ୍କାର ମଧ୍ୟ ଲାଭ କରି ସମ୍ମାନିତ ହୋଇଛନ୍ତି।ସେ ଏକ ସଚେତନ ସମାଜସେବୀ ଭାବେ ମଧ୍ୟ ଜଣାଶୁଣା ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା,ଯୁବ ପିଢ଼ି ଙ୍କୁ ଦିଗଦର୍ଶନ ଦେବା ପାଇଁ ସେ ଛାତ୍ର ସଂଘ ଓ ଟ୍ରଷ୍ଟ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି।ଅଶ୍ୱିନୀ ଙ୍କ କହିବା ଅନୁଯାୟୀ ସଫଳତାର ପଛରେ ରହିଛି ଦୀର୍ଘ ପରିଶ୍ରମ, ଅଟୁଟ ସଂଘର୍ଷ ଓ ମୋ ମାଟି ପ୍ରତି ଅପାର ଭଲ ପାଇବା। ଏହି ଗୌରବ ର ଶ୍ରେୟ ମୋ ପିତାମାତା, ଗୁରୁଜନ ଓ ରାଇଘର ମାଟି ପ୍ରତି ଆଦର ଓ ସମସ୍ତଙ୍କ ଆଶୀର୍ବାଦ। ମୁଁ ଏହି ଦାୟିତ୍ୱକୁ ନିଷ୍ଠାର ସହିତ ତୁଲାଇବି ଏହି ଗୌରବ ଜନକ ସଫଳତା ଅନେକ ଯୁବପିଢି ପାଇଁ ପ୍ରେରଣା ହେବ ବୋଲି ଆଶା । ଅନେକ ବାଧାବିଘ୍ନ ପରିସ୍ଥିତି କୁ ମୁକାବିଲା କରି ଜୟ କରି ସେ ଯେଉଁ ସ୍ଥାନକୁ ପହଞ୍ଚିଛନ୍ତି, ତାହା ଏକ ମଜବୁତ ଦୃଷ୍ଟାନ୍ତ ଭାବରେ ଦେଶ ଓ ଦିଗନ୍ତ ପର୍ଯ୍ୟନ୍ତ ପ୍ରେରଣା ଦେବ।ପ୍ରକାଶ ଥାଉକି, ଛଅ ମାସ ପୂର୍ବରୁ ତାଙ୍କର ସାନ ଭାଇ ଦିନ ବନ୍ଧୁ ଗଣ୍ଡ ମଧ୍ୟ ଓଡିଶା ଉଚ୍ଚ ଶିକ୍ଷା ବିଭାଗ ତରଫରୁ ଭୌତିକ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବରେ ନିଯୁକ୍ତି ପାଇଛନ୍ତି।ଅଶ୍ୱିନୀ ଙ୍କ ସଫଳତା ପାଇଁ ଅଞ୍ଚଳବାସୀ ଭୁରି ଭୁରି ପ୍ରସଂଶା କରୁଥିବା ଦେଖିବାକୁ ମିଳିଛି ।

Sidha Sambad
Author: Sidha Sambad

Leave a Comment

और पढ़ें