ଆମେରିକା ର ଯୁଦ୍ଧଖୋର୍ ମନୋଭାବ ବିରୁଦ୍ଧରେ ସିପିଆଇ (ଏମ) ର ପଟୁଆର।
ନୀଳଗିରି,୨୩/୦୬(ସିଧାସମ୍ବାଦ);
ବର୍ତ୍ତମାନ ଆମେରିକା ସାରା ବିଶ୍ୱ କୁ ଦଖଲ ପାଇଁ ମନ ବଳାଇଛି । ଆମେରିକା ମଦତ ରେ ଇସ୍ରାଏଲ ଗାଜା ଉପରେ ଆକ୍ରମଣ କରିବା ଫଳରେ ବହୁ ଧନଜୀବନ ନଷ୍ଟ ହୋଇଛି। ଯଦିଏହା ବନ୍ଦ ନ ହୁଏ ତୃତୀୟ ବିଶ୍ୱ ଯୁଦ୍ଧ ଅବଶ୍ୟମ୍ଭାବୀ । ଏହାକୁ ବିରୋଧ କରି ସିପିଆଇ (ଏମ)ନୀଳଗିରି ଆଂଚଳିକ କମିଟି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପ୍ରାରମ୍ଭ ରେ କଲ୍ୟାଣ ମଣ୍ଡପ ଠାରୁ ଏକ ଶୋଭଯାତ୍ରାରେ ରେ ବାହାରି, ଆମେ ଯୁଦ୍ଧ ନୁହଁ ଶାନ୍ତି ଚାହୁଁ ସ୍ଲୋଗାନ ଦେଇ କଚେରୀ ବଜାର ଦୁର୍ଗା ମଣ୍ଡପ ପର୍ଯ୍ୟନ୍ତ ଯାଇଥିଲେ। ପରେ ଏଥି ନିମନ୍ତେ ଆୟୋଜିତ ସଭା ରେ ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ ଆନ୍ତର୍ଜାତିକ ସ୍ତରରେ ଆମେରିକା ର ଯୁଦ୍ଧଖୋର ମନୋବୃତ୍ତି କୁ ତୀବ୍ର ସମାଲୋଚନା କରିଥିଲେ । ସିପିଆଇ (ଏମ) ଯୁଦ୍ଧ ନୁହଁ ଶାନ୍ତି ଚାହେଁ ବୋଲି କହିଥିଲେ। ଯୁଦ୍ଧ ହେଲେ ସାରା ବିଶ୍ୱରେ ଅସ୍ଥିରତା ସୃଷ୍ଟି ହେବ । ଗରିବ ଲୋକ ମାନେ ଖାଇବାକୁ ପାଇବେ ନାହିଁ । ତେଣୁ ଯୁଦ୍ଧ ଯାଥା ଶୀଘ୍ର ବନ୍ଦ କରିବା ପାଇଁ ସିପିଆଇ (ଏମ) ପକ୍ଷରୁ ନିବେଦନ କରାଯାଇଥିଲା । ଉକ୍ତ ସଭାରେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ଜ୍ୟୋତିର୍ମୟ ରାଉତ, ହେମେନ୍ଦ୍ର ସେଠି କାଳିଆ ପାତ୍ର, ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ ।



