ହନୁମାନ ମନ୍ଦିର ଓ ଔଷଧ ଦୋକାନରୁ ଚୋରି | |

👇समाचार सुनने के लिए यहां क्लिक करें

ହନୁମାନ ମନ୍ଦିର ଓ ଔଷଧ ଦୋକାନରୁ ଚୋରି |

ନୀଳଗିରି, ୨୪/୬(ସିଧାସମ୍ବାଦ); ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ଦକ୍ଷିଣନରସିଂହପୁର ପଞ୍ଚାୟତ ଖଡ଼ିପଦା ଗ୍ରାମରେ ଥିବା ହନୁମାନ ମନ୍ଦିରରୁ ଲୁଟ୍‌ ହୋଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଗତ କାଲି ରାତିରେ କିଛି ଲୁଟେରା ମନ୍ଦିରରୁ ଠାକୁରଙ୍କ ସୁନା ଗହଣା ଓ ଦାନବାକ୍ସ ଲୁଟି ନେଇ ଥିବା ବେଳେ ପାଖ ପଡ଼ିଆ ରେ ଦାନବାକ୍ସ ଟିକୁ ଫୋପାଡି ଦେଇଥିଲେ | ସକାଳେ କିଛି ଗ୍ରାମବାସୀ ମାନେ ମନ୍ଦିର ଚାବି ଭଙ୍ଗା ହୋଇଥିବା ଦେଖିବାକୁ ପାଇଥିଲେ | ପରେ ପୋଲିସକୁ ଖବର ଦେଇଥିଲେ | ଘଟଣା ସ୍ଥଳରେ ପହଞ୍ଚି ପୋଲିସ ତଦନ୍ତ ଜାରି ରଖିଛି | ଠିକ ସେହିଭଳି ଗତ କାଲି ବିଳମ୍ବିତ ରାତିରେ ନୀଳଗିରି କଚେରୀ ବଜାର ଦୁର୍ଗା ମନ୍ଦିର ସ୍ଥିତ ରଘୁନାଥ ମେଡ଼ିସିନ ଷ୍ଟୋର ର ସ୍କାଏ ଲାଇଟ ଭାଙ୍ଗି ଦୁର୍ବୁତ୍ତ ଦୋକାନରେ ଥିବା ନଗଦ ୫୦ ହଜାର ଟଙ୍କା ନେଇଯାଇଥିଲେ | ରାତିରେ ଗୃହରକ୍ଷୀ ମାନଙ୍କର କଡ଼ା ସୁରକ୍ଷା ବଳୟ ଭିତରୁ ଏଭଳି ଚୋରି କୁ ନେଇ ଅଞ୍ଚଳ ବାସି ଅବାକ ହୋଇ ଯାଇଛନ୍ତି | ଅପର ପକ୍ଷେ ଏଭଳି ସୁରକ୍ଷା ଭିତରେ ଚୋରି କୁ ନେଇ ଦୋକାନୀ ମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି |

9

Sidha Sambad
Author: Sidha Sambad

Leave a Comment

और पढ़ें