ଏସିଆନ୍‌ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ ଚାମ୍ପିଅନସିପ୍-୨୦୨୫

👇समाचार सुनने के लिए यहां क्लिक करें

ଏସିଆନ୍‌ ଆର୍ଟିଷ୍ଟିକ୍ ଜିମ୍ନାଷ୍ଟିକ ଚାମ୍ପିଅନସିପ୍-୨୦୨୫ରେ କାଂସ୍ୟ ପଦକ ଜିତିଥିବା କ୍ରୀଡ଼ାବିତ୍‌ ପ୍ରଣତୀ ନାୟକ ଏବଂ ୩୮ତମ ନ୍ୟାସନାଲ୍ ଅଣ୍ଡର-୯ ଚେସ୍ ଚାମ୍ପିଅନସିପ୍‌ରେ (୩୮ତମ ଜାତୀୟ ୯ବର୍ଷରୁ କମ୍ ଚେସ୍ ଚାମ୍ପିଅନସିପ୍‌) ସଫଳତା ଅର୍ଜନ କରିଥିବା ସାତ୍ତ୍ବିକ ସ୍ବାଇଁଙ୍କୁ ଆଜି ସମ୍ବର୍ଦ୍ଧିତ କରାଯାଇଛି।

କ୍ରୀଡ଼ାବିତ୍‌ ପ୍ରଣତୀ ନାୟକଙ୍କୁ ୭୫,୦୦୦ ଟଙ୍କା ଏବଂ ସାତ୍ତ୍ବିକ ସ୍ବାଇଁଙ୍କୁ ୩୦,୦୦୦ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଭୟ କ୍ରୀଡ଼ାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହିତ ଆଗାମୀ ଭବିଷ୍ୟତରେ ମଧ୍ୟ ଏହିପରି ଭାବରେ ବିଜୟର ଜୟଯାତ୍ରାକୁ ଜାରି ରଖିବା ପାଇଁ ଉଭୟ କ୍ରୀଡ଼ାବିତ୍‌ଙ୍କୁ ପ୍ରେରଣା ପ୍ରଦାନ କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତର କାମନା କରିଥିଲେ।

ଆଜିର ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଯୁଗ୍ମ ଶାସନ ସଚିବ ଶ୍ରୀ ବିଜୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें