ବଢିବ ଟ୍ରେନ ଭଡା I

👇समाचार सुनने के लिए यहां क्लिक करें

(ସିଧାସମ୍ବାଦ) ,ଭାରତୀୟ ରେଳବାଇ ଗତ କିଛି ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ ଭଡା ବୃଦ୍ଧି କରିବାକୁ ଯାଉଛି। ଆସନ୍ତା ଜୁଲାଇ ୧ରୁ ସଂଶୋଧିତ ଦର ଲାଗୁ ହେବ। ସୂଚନା ରହିଛି , ଅଣ-ବାତନୁକୂଳିତ ଟ୍ରେନ ଏବଂ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ କିଲୋମିଟର ପ୍ରତି ୧ ପଇସା ଭଡା ବୃଦ୍ଧି ପାଇବ।

ସାରା ଦେଶରେ ପ୍ରାୟ ୧୩ ହଜାର ଦୈନିକ ଅଣ-ବାତାନୁକୂଳିତ ମେଲ୍ ଏବଂ ଏକ୍ସପ୍ରେସ୍ ଟ୍ରେନର ଟିକେଟ୍ ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିବ। ଏସି ଶ୍ରେଣୀର ଯାତ୍ରୀଙ୍କ ପାଇଁ, ପ୍ରତି କିଲୋମିଟରରେ ୨ ପଇସା ଭଡା ବୃଦ୍ଧି ହେବ। ତେବେ ଯାହା ସୂଚନା ରହିଛି, ଭଡା ବୃଦ୍ଧି ଯାତ୍ରୀଙ୍କ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ଉପନଗରୀୟ ଟ୍ରେନ ଭଡା ଏବଂ ମାସିକ ସିଜନ୍ ଟିକେଟ୍ ମୂଲ୍ୟ ଅପରିବର୍ତ୍ତିତ ରହିବ, ଯାହା କାର୍ଯ୍ୟସ୍ଥଳକୁ ଯିବା ଏବଂ ଫେରିବା ପାଇଁ ପ୍ରତିଦିନ ଯାତ୍ରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ।

Sidha Sambad
Author: Sidha Sambad

Leave a Comment

और पढ़ें