ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ; ପୁରୀକୁ ଯାନବାହନ ଚଳାଚଳ ଉପରେ ଜାରି ହେଲା କଟକଣା I

👇समाचार सुनने के लिए यहां क्लिक करें

(ସିଧାସମ୍ବାଦ); ଦିନକ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି । ପୁରୀ ପୁଲିସ ଯାନବାହାନ ଚଳାଚଳ ଉପରେ କଟକଣା ଜାରି । ରଥଯାତ୍ରା, ବାହୁଡ଼ା ଓ ସୁନାବେଶ ଦିନ ପୁରୀ ସହରକୁ ଗାଡ଼ି ପ୍ରବେଶ ଉପରେ କଟକଣା ହୋଇଛି। ସେଥିପାଇଁ ପୁରୀ ପ୍ରଶାସନ ଯାନବାହାନ ଚଳାଚଳ ନିୟମାବଳୀ ଜାରି କରିଛି । ଚାରିଚକିଆ ଯାନ, ଦୁଇ ଚକିଆ ଯାନ ଓ ତୀର୍ଥଯାତ୍ରୀ ଗାଡ଼ି କେଉଁଠି ପାର୍କିଂ ହେବ ସେନେଇ ରୁଟ୍ ଚାର୍ଟ ଦେଇଛି ପ୍ରଶାସନ ।

ସେହିପରି ଆସନ୍ତାକାଲି ମଧ୍ୟରାତ୍ରରୁ ୨୮ ତାରିଖ ସକାଳ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ଭିଡ଼କୁ ଦେଖି ଟ୍ରାଫିକ୍ କଟକଣା ପରିବର୍ତ୍ତନ କରାଯିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ କରାଯାଇଛି । ଏହି ରୁମ୍‌ରେ ରହି ୨୭୫ଟି ଏଆଇ କ୍ୟାମେରା ମାଧ୍ୟମରେ ଉତ୍ତରାଛକରୁ ପୁରୀ ସହର, ପୁରୀରୁ କୋଣାର୍କ ଓ ପୁରୀ ସହରାଞ୍ଚଳର କୌଣସିଠାରେ ଟ୍ରାଫିକ୍‌ ଜାମ୍‌ ସମସ୍ୟାର ମୁକାବିଲା ପାଇଁ ନିଷ୍ପତ୍ତି ନେଇହେବ । ଚଳିତ ବର୍ଷ ୨୧ ଆଇପିଏସ୍‌, ୧୨ ଶହ ଅଫିସରଙ୍କ ସମେତ ୨୦୫ ପ୍ଲାଟୁନ୍ ଫୋର୍ସ ବ୍ୟବସ୍ଥା କରାଯାଇଛି ।

Puri, July 7 (ANI): Devotees in large number take part in the two-day Lord Jagannath Rath Yatra, in Puri on Sunday. (ANI Photo)

Sidha Sambad
Author: Sidha Sambad

Leave a Comment

और पढ़ें