୧୫ଦିନ ଅପେକ୍ଷାର ଅନ୍ତ ; ନବ ଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ |

👇समाचार सुनने के लिए यहां क्लिक करें

ନୀଳଗିରି, ୨୬/୬(ସିଧାସମ୍ବାଦ); ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ରେ ତିନି ଠାକୁର ନବ ଯୌବନ ବେଶରେ ଦର୍ଶନ ଦେଲେ ଭକ୍ତଙ୍କୁ |
୧୪ ଦିନ ମହାପ୍ରଭୁ ଅସୁସ୍ଥ ହୋଇ ରହିବା ପରେ ଦସ ମୂଳ ମୋଦକ ଖାଇବା ପରେ ସୁସ୍ଥ ହୋଇଥିଲେ | ଆଜି ସକାଳେ ସ୍ନାନ ପରେ ରାଜା ଜୟନ୍ତ ଚନ୍ଦ୍ର ମର୍ଦରାଜ ହରିଚନ୍ଦନ,
ରାଣୀ ମନୋଜା ମଞ୍ଜରୀ ଦେବୀ ବନ୍ଦାପନା କରିବା ପରେ, ଚକ୍ଷୁ ଦାନ କରାଯାଇଥିଲା | ପରେ ମଙ୍ଗଳ ଆଳତି, ବନ୍ଦାପନା,ସୂର୍ଯ୍ୟ ପୂଜା, ଦ୍ୱାରପାଳ , ବଲ୍ହବ, ନେତ୍ର ଉତ୍ସବ, ସାହାଣ ମେଳା ନୀତି ସମାପନ ହୋଇଥିଲା | ସକାଳେ ନବ ଯୌବନ ବେଶରେ ତିନି ଠାକୁରଙ୍କୁ ଦେଖିବା ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା |ମନ୍ଦିରରେ ତିନି ଠାକୁରଙ୍କ ନୀତି କାନ୍ତି ସେବାୟତ ମାନେ କରିଥିଲେ | ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ଏନଏସି ଅଧ୍ୟକ୍ଷ ମହେନ୍ଦ୍ର ନାଥ ବେହେରା, ତିନି ଠାକୁରଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା ମାଗିବା ସହିତ ରଥ ଯାତ୍ରାର ମାହାତ୍ମ୍ୟ କହିଥିଲେ |

Sidha Sambad
Author: Sidha Sambad

Leave a Comment

और पढ़ें