୧୯୭୫ର ଜରୁରୀ କାଳୀନ ପରିସ୍ଥିତି ଓ ବର୍ତ୍ତମାନ ର ପରିସ୍ଥିତି ,ପ୍ରସଙ୍ଗ ସିପିଆଇ(ଏମ)ର ପଥ ପ୍ରାନ୍ତ ସଭା

👇समाचार सुनने के लिए यहां क्लिक करें

ନୀଳଗିରି,୨୬/୦୬(ସିଧାସମ୍ବାଦ); ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ୧୯୭୫ ମସିହା ଜୁନ୍ ୨୫ ତାରିଖରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଫଳରେ ଦେଶରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁ ନେତା ଜେଲର ଚାରିକାନ୍ଥ ଭିତରେ ଥିଲେ। ସାଧାରଣ ଲୋକ ତାଙ୍କର ନୈତିକ ଅଧିକାର ହରାଇବାକୁ ପଡିଥିଲା । ବର୍ତ୍ତମାନ ସମୟରେ ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ସମୟରେ ସରକାର ବିରୋଧରେ ଯିଏ କହିବ, ତାକୁ ଜେଲ ଭିତରେ ରଖା ଯାଉଛି। ଦରଦାମ୍ ବୃଦ୍ଧି ପାଇଛି। ସମସ୍ତ ସରକାରୀ ସମ୍ପତ୍ତି କୁ ବିକ୍ରୀ କରାଯାଉଛି। ବେକାରୀ ସମସ୍ୟା ବଢୁଛି। ସମ୍ବିଧାନ ସୁରକ୍ଷିତ ନୁହଁ। ଇଡି,ସିବିଆଇ,
ସୁପ୍ରିମକୋର୍ଟ କୁ ହାତ ବାରିସ କରି ଶାସନ କ୍ଷମତାକୁ ଅପବ୍ୟବହାର କରାଯାଉଛି। ଯାହାକି ୧୯୭୫ମସିହାରେ ଜରୁରୀ କାଳୀନ ପରିସ୍ଥିତି ଠାରୁ ଭୟାନକ। କିନ୍ତୁ ବିଜେପି ସରକାର ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ବିରୁଦ୍ଧରେ ପ୍ରଚାର କରି ନିଜର କୁକର୍ମ କୁ ଘୋଡାଉଛନ୍ତି। ସିପିଆଇ (ଏମ) ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତି କୁ ବିରୋଧ କରୁଥିଲା। ବର୍ତ୍ତମାନ ର ଅଘୋଷିତ ଜରୁରୀ କାଳୀନ ପରିସ୍ଥିତି କୁ ବି ବିରୋଧ କରୁଛି ।
ଏହି ପରିସ୍ଥିତିରେ ସିପିଆଇ (ଏମ)ନୀଳଗିରି ଆଞ୍ଚଳିକ କମିଟି ତରଫରୁ ନୀଳଗିରି ବସଷ୍ଟାଣ୍ଡରେ ଏକ ପ୍ରତିବାଦ ସଭା କରାଯାଇଥିଲା ।ଉକ୍ତ ସଭାରେ ସତ୍ୟଜିତ ଦାସ ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ସମ୍ପାଦକ ମଣ୍ଡଳୀ ସଭ୍ଯ ବିଜୟ କୁମାର ପାତ୍ର, ନରେନ୍ଦ୍ର ମୋଦୀ ସରକାର ର କୁ ଶାସନ ବିରୁଦ୍ଧରେ ଆଲୋଚନା କରିଥିଲେ। ଆସନ୍ତା ଜୁଲାଇ ୯ ତାରିଖ ସାଧାରଣ ଧର୍ମଘଟ କୁ ସଫଳ ପାଇଁ ନିବେଦନ କରିଥିଲେ । ରାଜ୍ଯ କମିଟି ସଭ୍ଯ ସିତାଂଶୁ ସେନାପତି ୧୯୭୫ ମସିହାରେ ଜରୁରୀ କାଳୀନ ପରିସ୍ଥିତି ବର୍ତ୍ତମାନ ର ପରିସ୍ଥିତି ତା ଠାରୁ ଅଧିକ ବୋଲି ଆଲୋଚନାରେ କହି ଥିଲେ। ସାଥୀ ଅମରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ହେମେନ୍ଦ୍ର ସେଠି, କାଳିଆ ପାତ୍ର, ନାରାୟଣ ମଲ୍ଲିକ, ଗଙ୍ଗାଧର ମହାପାତ୍ର, କରୁଣାକର ବାରିକ, ନିବାସିନୀ ସିଂ, ଙ୍କ ସମେତ ବହୁ ସାଥୀ ଉପସ୍ଥିତ ଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें