ମିରିଗିଣୀ ଠାରେ ଶ୍ରୀହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ। ୧୫୦ରୁ ଉର୍ଦ୍ଧ ମହିଳାମାନଙ୍କୁ ହଳଦିଆ ରଙ୍ଗର ଶାଢ଼ୀ ସହ ନାମାବଳୀ ବଣ୍ଟନ |

👇समाचार सुनने के लिए यहां क्लिक करें

ମିରିଗିଣୀ ଠାରେ ଶ୍ରୀହନୁମାନ ବିଗ୍ରହ ଓ ମନ୍ଦିର ପ୍ରତିଷ୍ଠା ଉତ୍ସବ।
୧୫୦ରୁ ଉର୍ଦ୍ଧ ମହିଳାମାନଙ୍କୁ ହଳଦିଆ ରଙ୍ଗର ଶାଢ଼ୀ ସହ ନାମାବଳୀ ବଣ୍ଟନ |

ନୀଳଗିରି,୨୬/୬(ସିଧାସମ୍ବାଦ);
ନୀଳଗିରି ଏନଏସି ୪ନଂ ୱାର୍ଡ ମିରିଗିଣୀ ଠାରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ରଙ୍କ ପରମଭକ୍ତ ଶ୍ରୀଶ୍ରୀ ହନୁମାନ ମହାରାଜଙ୍କ ନବନିର୍ମିତ ବିଗ୍ରହ ଏବଂ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଛି। ଗୁରୁବାର ପ୍ରତ୍ୟୁଷରୁ ମିରିଗିଣୀ, କାନପୁର ଏବଂ ଆଖପାଖ ଗ୍ରାମର ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ମହିଳା ନିକଟସ୍ଥ ପୋଖରୀରୁ ଭକ୍ତିପୂତ ଭାବେ ପୂର୍ଣ୍ଣକୁମ୍ଭରେ ଜଳ ଉତ୍ତୋଳନ କରି କଳସ ଶୋଭାଯାତ୍ରାରେ ଶୁଭଶଙ୍ଖ, କୀର୍ତ୍ତନର ତାଳେତାଳେ ନୂତନ ମନ୍ଦିର ନିକଟରେ ପହଞ୍ଚିଥିଲେ। ପରେ ପୂଜାକର୍ମ ଆରମ୍ଭ ହୋଇଥିଲା। ଏଥିରେ ଶିଶିର ମହାପାତ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସବ୍ୟସାଚୀ ମହାପାତ୍ର (ଟୁବୁଲୁ)ଙ୍କ ସହଯୋଗରେ ଘଟ ବୁଡାଇବାକୁ ଆସିଥିବା ୧୫୦ରୁ ଉର୍ଦ୍ଧ ମହିଳାମାନଙ୍କୁ ହଳଦିଆ ରଙ୍ଗର ଶାଢ଼ୀ ସହ ନାମାବଳୀ ବଣ୍ଟନ କରାଯାଇଥିଲା । ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ମିରିଗିଣୀ ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହ ରାମଚନ୍ଦ୍ର ଦାସ(ସୁକ ଭାଇ),ଉପେନ୍ଦ୍ର ବିଶ୍ଵାଳ , ପୂର୍ଣ୍ଣଚନ୍ଦ୍ର ରାଉତ , ଭରତ ପରିଡ଼ା , ଦେବାଶିଷ ଦ୍ବିବେଦୀ ପ୍ରମୁଖ ସହଯୋଗ କରିବା ସହ ସମସ୍ତ କାର୍ଯ୍ୟକୁ ତଦାରଖ କରିଥିଲେ । ଶିଶିର ମହାପାତ୍ର ଫାଉଣ୍ଡେସନର ସଦସ୍ୟ ତଥା ୬ ନମ୍ବର ୱାର୍ଡ କାଉନସିଲର ପ୍ରତାପ ସେଠୀ , ଚିନ୍ମୟଶରଣ ରାଉତ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀଙ୍କ ସହ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ ମନ୍ଦିରପ୍ରତିଷ୍ଠା କାର୍ଯ୍ୟକ୍ରମ ୩ଦିନ ଧରି ଅନୁଷ୍ଠିତ ହେବା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରବଚନ, ପ୍ରସାଦସେବନ, ନାମଯଜ୍ଞ ଆଦି ଅନୁଷ୍ଠିତ ହେବବୋଲି ମନ୍ଦିର କମିଟି ତରଫରୁ ଉଲ୍ଲେଖ କରାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें