ରତ୍ନାକର ଟାଉନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ |
୪୦ ୟୁନିଟ ରକ୍ତ ସଂଗୃହୀତ |
ନୀଳଗିରି,୨୬/୬(ସିଧାସମ୍ବାଦ):
ନୀଳଗିରିର ପୁରାତନ ଶିକ୍ଷାନୁଷ୍ଠାନ ରତ୍ନାକର ଟାଉନ ହାଇସ୍କୁଲର ୪୦ ବର୍ଷ ପୂର୍ତ୍ତୀ ଅବସରରେ ଅନୁଷ୍ଠିତ ହେବାକୁ ଥିବା ରୁବିକ ଜୁବଲି ଉପଲକ୍ଷେ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରଟି ରତ୍ନାକର ଟାଉନ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ଓ ସମ୍ବାଦ ଆମ ଓଡିଶା ମିଳିତ ସହଯୋଗରେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହି ଶିବିରଟି ଦିନ ୧୦ ଟାରୁ ଆରମ୍ଭ ହୋଇଥିବା ବେଳେ ଡ. କୁମାର ମିଶ୍ରଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା ଏହି ଶିବିରକୁ ଉଦ୍ଘାଟନ କରିଥିଲେ ।ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ଡ.ବସନ୍ତ କୁମାର ଉପାଧ୍ୟାୟ ରକ୍ତଦାତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସୁଚିସ୍ମିତା ଦାସ,ଦେବାଶିଷ ଦତ୍ତ,ସୌଭାଗ୍ୟବତୀ ପରିଡା,ହେମଲତା ସେଠୀ,ବିଦ୍ୟାଧର ସାହୁ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ।ଏହି ଶିବିରରେ ୪୦ ୟୁନିଟ ସଂଗ୍ରହ କରାଯାଇ ବାଲେଶ୍ବର ରକ୍ତ ଭଣ୍ଡାରକୁ ପଠାଯାଇଥିଲା।ପୁରାତନ ଛାତ୍ର ସଂସଦର କାର୍ଯ୍ଯକାରୀ ସଭାପତି ସତ୍ୟଗୋପାଳ ମହାପାତ୍ର,ସମ୍ପାଦକ
ସତ୍ୟନାରାୟଣ ମହାପାତ୍ର,କୋଷାଧ୍ୟକ୍ଷ ହିମାଂଶୁ ପାଣିଗ୍ରାହୀ,ସତ୍ୟ ନାରାୟଣ ମିଶ୍ର ,ଦିପକ ବାରିକ,ପୂର୍ଣ୍ଣଚନ୍ଦ୍ର ବେହେରା,ଚନ୍ଦ୍ର ଶେଖର ମହାଳିକ,ବ୍ରଜେନ୍ଦ୍ର ନାୟକ,ମିହିର ପ୍ରଧାନ,ଜୟନ୍ତ ପଣ୍ଡା,ସୁଦୀପ୍ତ ବେହେରା,ସଞ୍ଜୟ ପ୍ରଧାନ,ମନୀଷ ପ୍ରଧାନ,ଅନ୍ୟ ଛାତ୍ର ସଂସଦ ସଦସ୍ୟ,ସ୍କୁଲର ସ୍କାଉଟ ଛାତ୍ର ଓ ସମ୍ବାଦ ପ୍ରତିନିଧି ଦିଲ୍ଲିପ ସ୍ବାଇଁଙ୍କ ଦ୍ବାରା ଏହି ଶିବିର ପରିଚାଳିତ କରିଥିଲେ।



