‘୧୦୯’ ଶବ ବାହନ ସେବା ଖୁବ୍‌ଶୀଘ୍ର I

👇समाचार सुनने के लिए यहां क्लिक करें

ଭୁବନେଶ୍ବର(ସିଧାସମ୍ବାଦ): ସରକାର ଖୁବ୍‌ଶୀଘ୍ର ମାଗଣା ‘୧୦୯’ ଶବ ବାହନ ସେବା ଆରମ୍ଭ କରିବେ। ୧୦୮ ଆମ୍ବୁଲାନ୍ସ ସେବାର ଆଦର୍ଶରେ ପରିଚାଳିତ ହେବ ଏବଂ ଏହା ସମ୍ପୂର୍ଣ୍ଣ ମାଗଣା ହେବ। ଖୁବ୍‌ଶୀଘ୍ର ମାଗଣା ଶବ ଗାଡ଼ି ସେବା ସମ୍ପର୍କିତ ମାର୍ଗଦର୍ଶିକା ଆସିବ। ସରକାରୀ ସ୍ତରରେ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ମାଗଣା ଆମ୍ବୁଲାନ୍ସ ସେବା ପରି ସରକାରଙ୍କ ପକ୍ଷରୁ ମାଗଣା ଶବ ଗାଡ଼ି ସେବା ଆରମ୍ଭ କରାଯିବ। ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ ଘୋଷଣା କରିଥିବାବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରାଜ୍ୟରେ ମାଗଣା ଶବ ଗାଡ଼ି ସେବାର ପରିଚାଳନା ପାଇଁ ଏକ ସୁଚିନ୍ତିତ ନିୟମାବଳୀ ପ୍ରସ୍ତୁତ କରିବ। ଏନେଇ ଆସନ୍ତା ଜୁଲାଇ ୨ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହେବ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ସ୍ମିତା ବିଶ୍ବାଳଙ୍କ ପକ୍ଷରୁ ଜାରି ହୋଇଥିବା ଏକ ପତ୍ରରେ ଗୃହ, ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ, ଅର୍ଥ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ପ୍ରମୁଖ ସଚିବମାନଙ୍କୁ ଏହି ବୈଠକରେ ଉପସ୍ଥିତ ରହିବାକୁ କୁହାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें