ଜଙ୍ଗଲ ଜମିରେ ମକା ଚାଷକୁ ନେଇ ମହାଭାରତ ଥାନା ସମ୍ମୁଖରେ ପିଟିଲେ ବନ କର୍ମଚାରୀ

👇समाचार सुनने के लिए यहां क्लिक करें

ରାଇଘର ୨୭/୬(,ସିଧାସମ୍ବାଦ)

ରାଇଘର ବନାଞ୍ଚଳର ସରଂକ୍ଷିତ ଜଙ୍ଗଲରେ ମକା ଚାଷକୁ ବାରଣ କରିବାରୁ କୁସୁମପୁର ଗ୍ରାମବାସୀ ବନ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ଫଳରେ କୁନ୍ଦେଇ ବନପାଳ ହରିହର ବ୍ରହ୍ମ ଓ ବନ ରଖି ଦୀପକ କୁମାର ପ୍ରଧାନ ଦୁହେଁ ଆହତ ହୋଇ ରାଇଘର ମେଡିକାଲ ରେ ଭର୍ତ୍ତି ହୋଇଥିଲେ ଏନେଇ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଥିଲା ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ସ୍ଥାନୀୟ ବନ ବିଭାଗକୁ ସହଯୋଗ କରିବାକୁ ବିଭିନ୍ନ ବ୍ଲକର ବନ କର୍ମଚାରୀ ମାନେ ଆସିଥିଲେ ଏହି ସମୟରେ ଘଟଣାରେ ସମ୍ପୃକ୍ତ କୁସୁମପୁର ଗ୍ରାମର କିଛି ଲୋକ ଥାନା ଅଧିକାରୀ ଡକାଇଥିବାରୁ ଥାନା ନିକଟରେ ଥିବା ଏକ ପାନ ଦୋକାନରେ ଠିଆ ହୋଇଥିଲେ ବନ କର୍ମଚାରୀ ମାନେ ଉକ୍ତ ଲୋକଙ୍କୁ ଦେଖି ତୁରନ୍ତ ପ୍ରତିଶୋଧ ପରାୟଣ ହୋଇପଡିଥିଲେ କିଛି ବନ କର୍ମଚାରୀ ବାଡ଼ି ଏବଂ ପିନ୍ଧିଥିବା ବେଲ୍ଟ ବାହାର କରି ସେମାଙ୍କୁ ମାଡ଼ ମାରିଥିଲେ ଏଥିରେ କୁସୁମପୁର ଗ୍ରାମର ଦେବି ଗଣ୍ଡ, ନନ୍ଦଲାଲ ଗଣ୍ଡ, ବୈଶାଖୁ ଗଣ୍ଡ, ବାବୁଲାଲ ଗଣ୍ଡ, ହୀରାଲାଲ ମାଳି, ଗୁଟା ଗଣ୍ଡ, ଓ ଝାଙ୍କରପାରା ଗ୍ରାମର ମୋତିଲାଲ ଗଣ୍ଡ, ଗୁରୁତର ଅବସ୍ଥାରେ ରାଇଘର ମେଡିକାଲ ରେ ଭର୍ତ୍ତି ହୋଇଥିବା ଜଣାପଡିଛି କିଛି ଲୋକଙ୍କ ମୁଣ୍ଡ ଫାଟିଥିବା ବେଳେ କିଛି ଲୋକଙ୍କ ହାତ ଗଡ଼ ଭାଙ୍ଗି ଯାଇଥିବା ଜଣାପଡିଛି ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି ବନ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ କୁସୁମପୁର ଏବଂ ଆଖପାଖ ଗ୍ରାମ ବାସୀ ବିରୋଧ କରି ବନ କାର୍ଯ୍ୟଳୟ ଘେରାଉ କରିବାକୁ ପ୍ରସ୍ତୁତ ହେଇଥିବା ଶୁଣିବାକୁ ମିଳିଛି ଅନ୍ୟପଟେ ବନ ବିଭାଗ କର୍ମଚାରୀଙ୍କ ଏଭଳି କାମକୁ ସାଧାରଣରେ ନିନ୍ଦା କରାଯାଇଛି
ପ୍ରକାଶ ଥାଉକି ଶୁକ୍ରବାର ନାକଟିସିମଡା କୁସୁମପୁର ସନ୍ଧିରେ ଥିବା ସରକ୍ଷିତ ଜଙ୍ଗଲରେ କିଛି ଗ୍ରାମବାସୀ ମକା ଚାଷ କରୁଥିଲେ ଖବର ପାଇ କୁନ୍ଦେଇ ବନ ବିଭାଗର କିଛି କର୍ମଚାରୀ ସେଠାରେ ପହଞ୍ଚି ବାରଣ କରିବାରୁ ଉଭୟ ପକ୍ଷରୁ ବଚସା ସେବା ସହ ହାତାହାତି ହୋଇଥିଲେ ଏଥିରେ କୁନ୍ଦେଇ ଫୋରେଷ୍ଟର ହରିହର ବ୍ରହ୍ମ ଓ ବନରକ୍ଷୀ ଦୀପକ କୁମାର ପ୍ରଧାନ ଆହତ ହୋଇଥିଲେ ରାଇଘର ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିଲା

Sidha Sambad
Author: Sidha Sambad

Leave a Comment

और पढ़ें