ନୀଳଗିରି ମହିଳା କଲେଜ ୟୁଥ ରେଡକ୍ରସ ଓ ନୀଳଗିରି ରକ୍ତ କେନ୍ଦ୍ର ତରଫରୁ ସଚେତନତା କାର୍ଯ୍ୟକ୍ରମ | ନୀଳଗିରି,୨୯/୦।

👇समाचार सुनने के लिए यहां क्लिक करें

ନୀଳଗିରି ମହିଳା କଲେଜ ୟୁଥ ରେଡକ୍ରସ ଓ ନୀଳଗିରି ରକ୍ତ କେନ୍ଦ୍ର ତରଫରୁ ସଚେତନତା କାର୍ଯ୍ୟକ୍ରମ |

ନୀଳଗିରି,୨୯/୦୬(ସିଧାସମ୍ବାଦ);
ନୀଳଗିରି ରଥ ଯାତ୍ରା ରେ ରକ୍ତଦାତା ସଂଘ ,ନୀଳଗିରି ମହିଳା କଲେଜ ୟୁଥ ରେଡକ୍ରସ ଓ ନୀଳଗିରି ରକ୍ତ କେନ୍ଦ୍ର ତରଫରୁ,୨ ଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।
ନୀଳଗିରି ରେ ରକ୍ତ ବିନା କୌଣସି ବ୍ୟକ୍ତି ନ ମରେ ସେଥି ପାଇଁ ଯେଭଳି ରକ୍ତଦାନ କ୍ଷେତ୍ରରେ ଅଧିକ ସକ୍ରିୟ ତା ସୃଷ୍ଟି ହେବ, ସେଥି ପାଇଁ ନୀଳଗିରି ରକ୍ତଦାତା ସଂଘ, ନୀଳଗିରି ମହିଳା କଲେଜ ୟୁଥ ରେଡକ୍ରସ ଓ ନୀଳଗିରି ରକ୍ତ କେନ୍ଦ୍ର ତରଫରୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଏଥି ପାଇଁ ନୀଳଗିରି ରେ ରକ୍ତ କେନ୍ଦ୍ର ତରଫରୁ , କେ.ସି. ହାଇ ସ୍କୁଲ ପଡ଼ିଆ ରେ ଏକ ଷ୍ଟଲ୍ ଖୋଲାଯାଇ ଥିଲା। ସେଠାରେ ସଚେତନତା ପାଇଁ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା ଓ ତତ୍ ସହିତ ରଥ ଯାତ୍ରା ରେ ମଧ୍ୟ ପ୍ରଚାର ପତ୍ର ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ରକ୍ତଦାତା ସଂଘ ର ସାଧାରଣ ସମ୍ପାଦକ ବିଜୟ ପାତ୍ର, ଉପଦେଷ୍ଟା ରବି ରାଉତ, ସମରେନ୍ଦ୍ର ବାରିକ,ରକ୍ତ କେନ୍ଦ୍ର ତରଫରୁ ସଂଗ୍ରାମ ମହାପାତ୍ର, ସରୋଜ ପାଶା,ମହିଳା କଲେଜ ତରଫରୁ ଡ.ପ୍ରଦୀପ୍ତ କୁମାର ମିଶ୍ର ଙ୍କ ସହିତ ବହୁ ଛାତ୍ରୀ, ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ସତ୍ୟନାରାୟଣ ନାୟକ ଓ ଡା.ଶୁଭ୍ରାଂଶୁ ଶେଖର ପରିଡା ସହଯୋଗ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें