ସାପକାମୁଡାରେ ବୃଦ୍ଧଙ୍କ ମୃତ୍ୟୁ ।

👇समाचार सुनने के लिए यहां क्लिक करें

ସାପକାମୁଡାରେ ବୃଦ୍ଧଙ୍କ ମୃତ୍ୟୁ ।
ନୀଳଗିରି,୭/୭(ସିଧାସମ୍ବାଦ);
ଜୈନିକ ବୃଦ୍ଧ ବାଡ଼ିରେ ପଡିଥିବା କାଠ ସଫାକରୁଥିବା ବେଳେ ହଠାତ ଏକ ବିଷଧରସାପ କାମୁଡିବାରୁ ପରିବାର ଲୋକେ ତାଙ୍କୁ ନୀଳଗିରି ଡାକ୍ତରଖାନାକୁ ନେଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ଅନୁଯାଇ ନୀଳଗିରି ଥାନା ଅଧୀନସ୍ଥ
ବେତଶୂଳ ଗ୍ରାମର ବାଉଳି ମୁଦୁଲିଙ୍କ
ପୁତ୍ର ଗଜେନ୍ଦ୍ର (୫୮)ଗତକାଲି ଅପରାହ୍ନ ୩ଟା ସମୟରେ ନିଜ ବାଡ଼ିରେ କାଠ ସଫା କରୁଥିବାବେଳେ ଏକ ବିଷଧର ସାପ ତାଙ୍କୁ କାମୁଡିଥିଲା। ସଙ୍ଗେସଙ୍ଗେ ପରିବାର ଲୋକେ ତାଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନା ନେଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଏନେଇ ନୀଳଗିରି ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି।ଉକ୍ତ ଖବର ପ୍ରଚାରିତ ହେବାପରେ ପରିବାର ସମେତ ଗ୍ରାମରେ ଶୋକରଛାୟା ଖେଳିଯାଇଛି।ଗାଁ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ସାନପୁଅ କମଳାକାନ୍ତ ମୁଖାଗ୍ନି ଦେଇଥିବା ଜଣାପଡିଛି।

Sidha Sambad
Author: Sidha Sambad

Leave a Comment

और पढ़ें