ବରିଷ୍ଠ ସଦସ୍ୟ ହରେକୃଷ୍ଣ ଜେନାଙ୍କ ପରଲୋକରେ ଶୋକସଭା।
ନୀଳଗିରି,୭/୭(ସିଧାସମ୍ବାଦ);
ମୋହରିର ସଂଘର ବରିଷ୍ଠ ସଦସ୍ୟ ହରେକୃଷ୍ଣ ଜେନାଙ୍କ ହୃଦଘାତରେ ପରଲୋକ ଘଟଣାରେ ନୀଳଗିରି ବାର୍ ଆସୋସିଏସନ୍ ଏବଂ ନୀଳଗିରି ସବ୍ ଡିଭିଜନାଲ ବାର୍ ଆସୋସିଏସନ୍ ଏବଂ ନୀଳଗିରି ମୋହରିର ସଂଘ ପକ୍ଷରୁ ଏକ ମିଳିତ ଶୋକସଭା, ନୀଳଗିରି ମୋହରିର ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ ନୀଳଗିରି ବାର୍ ଆସୋସିଏସନ୍ ସଭାପତି ଅମରେନ୍ଦ୍ର କୁମାର ପଟ୍ଟନାୟକ ଙ୍କ ଯୁଗ୍ମ ସଭାପତିତ୍ବରେ ନୀଳଗିରି ବାର୍ ଆସୋସିଏସନ୍ ହଲ୍ ରେ ଅନୁଷ୍ଠିତ ହୋଇଥିଲା। ଆଇନଜୀବୀ କିଶୋର ଷଡ଼ଙ୍ଗୀ,ବିନୟ କୁମାର ପ୍ରଧାନ, ଗୌରହରି ବେହେରା, ସବ୍ ଡିଭିଜନାଲ ବାର୍ ଆସୋସିଏସନ୍ ସମ୍ପାଦକ, କିଶୋର କୁମାର ଦାସ, ନୀଳଗିରି ବାର୍ ଆସୋସିଏସନ୍ ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା, ଆଇନଜୀବୀ ସୋମନାଥ ନାୟକ, ସତ୍ୟଜିତ ମିଶ୍ର, ଗୌରହରି ବେହେରା, ନୀଳଗିରି ବାର୍ ଆସୋସିଏସନ୍ ସମ୍ପାଦକ ଦେବେନ୍ଦ୍ର କୁମାର ପଣ୍ଡା ଏବଂ ଅନ୍ୟ ଆଇନଜୀବୀ ମାନେ ତଥା ବରିଷ୍ଠ ଆଇନଜୀବି କୃଷ୍ଣଚନ୍ଦ୍ର ନାୟକ ଏବଂ ମୋହରିର ସଂଘ ସମ୍ପାଦକ ଗୌରହରି ନାୟକ, ସଦସ୍ୟ ବଂଶୀଧର ରାଉତ ଓ ଅନ୍ୟମାନେ ଶୋକାକୁଳ ପରିବେଶ ମଧ୍ୟରେ ଶୋକସଭା ପାଳନ କରିବା ସହ ଶ୍ରୀ ଜେନା ଙ୍କ ଅମର ଆତ୍ମାର ସଦଗତି ପ୍ରାପ୍ତି ନିମନ୍ତେ ନୀରବ ପ୍ରାର୍ଥନା କରିବା ତାଙ୍କର ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା।
8




