ଦାରିଦ୍ର୍ଯ ଦୂରୀକରଣ ଯୋଜନା ପ୍ରହସନ ପାଲଟିଛି , ଗରିବ ବିଧବା ବୃଦ୍ଧାଙ୍କୁ ମିଳୁନି ଆବାସ ଖଣ୍ଡପଡ଼ା ୯|୭ (ସିଧା ସମ୍ବାଦ))

👇समाचार सुनने के लिए यहां क्लिक करें

ଦାରିଦ୍ର୍ଯ ଦୂରୀକରଣ ଯୋଜନା ପ୍ରହସନ ପାଲଟିଛି , ଗରିବ ବିଧବା ବୃଦ୍ଧାଙ୍କୁ ମିଳୁନି ଆବାସ ଖଣ୍ଡପଡ଼ା ୯|୭ (ସିଧା ସମ୍ବାଦ) ଦାରିଦ୍ର୍ୟର ସୀମାରେଖା ତଳେ ବାସ କରୁଥିବା ଜନସାଧାରଣଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେନ୍ଦ୍ର ଓ ରାଜ୍ଯ ସରକାର ଅନେକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି।ମାତ୍ର ପ୍ରଶାସନର ଅଣଦେଖା ଓ ଲୋକପ୍ରତିନିଧିମାନଙ୍କ ଆନ୍ତରିକତା ଅଭାବରୁ ଭାପୁର ବ୍ଳକ ଅଧିନ ବାଇଗୁଣିଆଁ ଗ୍ରାମର ବିଧବା ବୃଦ୍ଧା ବସନ୍ତ ନନ୍ଦ (୮୦) ଆବାସ ଯୋଜନାରେ ଗୃହ ପାଇବାରୁ ବଞ୍ଚିତ ହୋଇଥିବା ଜଣାପଡିଛି। ବିପଦଶଙ୍କୁଳ ଚାଳଛପର ଘରେ ୫୨ ବର୍ଷର ଏକ ପାଗଳ ପୁଅ ଓ ଜଣେ ଅବିବାହିତ ପୁଅକୁ ଧରି ବିଧବା ମହିଳା ଜଣକ ଅତି ଦୟନୀୟ ସ୍ଥିତିରେ ଦିନ କାଟୁଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଏହି ଅସହାୟ ବିଧବା ମହିଳାଙ୍କୁ ଅଣଦେଖା କରିଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ୭ ବର୍ଷ ତଳେ ସ୍ବାମୀ ଲୋକନାଥ ନନ୍ଦ ମୃତ୍ଯୁବରଣ କରିବା ପରେ ଅସହାୟ ହୋଇ ପଡିଥିବା ଏହି ବିଧବା ମହିଳାଙ୍କୁ ଆବାସ ଯୋଜନାରେ ସାମିଲ କରାନଯିବା ପରିତାପର ବିଷୟ ଅଟେ।ଅପରପକ୍ଷେ ଉକ୍ତ ବାଇଗୁଣିଆଁ ଗ୍ରାମର ଅନେକ ଆର୍ଥିକ ସ୍ବଚ୍ଛଳ ବର୍ଗର ବ୍ୟକ୍ତିବିଶେଷ ଙ୍କୁ ହିତାଧିକାରୀ ଭାବେ ଚୟନ କରାଯାଇ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦିଆଯାଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ଜଣାପଡିଛି।ଏ ସଂର୍ପକରେ ତଦନ୍ତ ହେଲେ ଆବାସ ଯୋଜନା ହିତାଧିକାରୀ ଚୟନରେ ହୋଇଥିବା ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି ।ଏଥିପ୍ରତି ଭାପୁର ବ୍ଳକ ଉନ୍ନୟନ ଅଧିକାରୀ ଓ ନୟାଗଡ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବାଇଗୁଣିଆଁ ଗ୍ରାମବାସୀ ଦାବି କରିଛନ୍ତି।( ଫଟୋ ପଠାଇଛି)

Sidha Sambad
Author: Sidha Sambad

Leave a Comment

और पढ़ें