ପୁରୀ ରଥଯାତ୍ରାରେ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ପୋଲିସ ଦାୟିତ୍ବରେ ବାଲେଶ୍ୱର “ବଣଧୂଳିର ଫୁଲ” ସଂଗଠନର ଦୁଇ ମହିଳା। ।

👇समाचार सुनने के लिए यहां क्लिक करें

ପୁରୀ ରଥଯାତ୍ରାରେ ଆଇନଶୃଙ୍ଖଳା ନିୟନ୍ତ୍ରଣରେ ପୋଲିସ ଦାୟିତ୍ବରେ ବାଲେଶ୍ୱର “ବଣଧୂଳିର ଫୁଲ” ସଂଗଠନର ଦୁଇ ମହିଳା।

ନୀଳଗିରି,୯/୭(ସିଧାସମ୍ବାଦ);
ବାଲେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “ବଣଧୂଳିର ଫୁଲ”
ତରଫରୁ ଚଳିତ ଘୋଷଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀ ସହରରେ ନୀଳଗିରିର ଦୁଇଜଣ ଆଦିବାସୀ ମହିଳା ପୋଲିସ ଭୂମିକାରେ ଆଇନଶୃଙ୍ଖଳା ସହିତ ବିଭିନ୍ନ ସେବାକାର୍ଯ୍ୟରେ ଶ୍ରଦ୍ଧାଳୁ ସମେତ ପର୍ଯ୍ୟଟକଙ୍କୁ ସହଯୋଗର ହାତବଢ଼ାଇ ଉଦାହରଣ ସୃଷ୍ଟି କରିଛନ୍ତି। କବିତା ସିଂ ଏବଂ ରଶ୍ମିତା ସିଂ ନାମକ ଦୁଇଜଣ ଆଦିବାସୀ ମହିଳା ବିଶ୍ଵ ଆଜାଦି ଠେଙ୍ଗାବାହିନୀ ନାମକ ସଂସ୍ଥାରେ ଯୋଗ ଦେଇ ଏହି ଅଭିନବ ପଦକ୍ଷେପରେ ସାମିଲ ହୋଇ ଯାତ୍ରୀସୁରକ୍ଷା ସହିତ ବିଭିନ୍ନ ସେବା ଯୋଗାଇଦେଇଥିବାରୁ ଉକ୍ତ ଦୁଇ ମହିଳାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଆଗାମୀ ଦିନରେ ନୀଳଗିରିରେ ଏହିଭଳି ଅନେକ ଲୋକଙ୍କୁ ଠେଙ୍ଗାବାହିନୀରେ ସାମିଲକରି ଜନସାଧାରଣ ମାନଙ୍କୁ ବିଭିନ୍ନକ୍ଷେତ୍ରରେ ସହଯୋଗ କରାଯିବ ବୋଲି ସଂଗଠନର ସଂସ୍ଥାପକ ବିଜୟ ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें