ଶ୍ରାବଣ ମାସ ପ୍ରଥମ ସୋମବାର ————————————- ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରେ ୨୦ ହଜାର କାଉଡ଼ିଆଙ୍କ ଭିଡ଼ |

👇समाचार सुनने के लिए यहां क्लिक करें

ନୀଳଗିରି,୧୪/୭(ସିଧାସମ୍ବାଦ);
ଶ୍ରାବଣ ମାସର ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ପାଇଁ କଉଡ଼ିଆ ବିଭିନ୍ନ ନଈ ରୁ ଜଳ ଧାରଣ କରି ମାନସିକ ପୂରଣ ପାଇଁ ଧାଡି ଲଗାଇ ଯାଉଥିବା ବେଳେ ଉତ୍ତର ଓଡିଶା,ନୀଳଗିରି ର ପ୍ରସିଦ୍ଧ ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ରେ ପ୍ରଥମ ସୋମବାର ରେ ଜଳାଭିଷେକ ପାଇଁ ୨୦ହଜାରରୁ ଉର୍ଦ୍ଧ କଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି | ବାଲେଶ୍ୱର ଜିଲ୍ଲା ବାଲିଘାଟ, ଟାଙ୍ଗଣା ସୋନା ବୁଢାବଳଙ୍ଗ ,ସାପୁଆ ପ୍ରମୁଖ ନଈରୁ ଜଳ ଧାରଣକରି ବାବା ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠ ସ୍ଥଳୀରେ ସୋମବାର ସକାଳେ ଜଳାଭିଷେକ କରିଥିଲେ | କଉଡ଼ିଆଙ୍କ ଭିଡ଼, କୁ ଦୃଷ୍ଟିରେ ରଖି ପଞ୍ଚଲିଙ୍ଗେଶ୍ୱର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହାତକୁ ନିଆଯାଇଛି | ଏଥିରେ ଆଲୋକି କରଣ, ଶୁଦ୍ଧ ପାନୀୟ ଜଳ, ଗାଡ଼ି ଷ୍ଟାଣ୍ଡ, କାଉଡ଼ିଆଙ୍କ ସେବା ଭଳି ପ୍ରମୁଖ ସୁବନ୍ଦୋବସ୍ତ କମିଟି ପକ୍ଷରୁ ହାତକୁ ନିଆଯାଇଛି | ଅପର ପକ୍ଷେ ନୀଳଗିରି ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ଫୋର୍ସ ମୁତୟନ କରାଯାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें