କାନପୁର–କାଣ୍ଡଗରଡ଼ି ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ।

👇समाचार सुनने के लिए यहां क्लिक करें

ନୀଳଗିରି,୧୪/୭(ସିଧାସମ୍ବାଦ);
ଔପଦା ବ୍ଲକ ଅଧୀନ କାଣ୍ଡଗରଡ଼ି ପଞ୍ଚାୟତର କାନପୁରରୁ ନୟାପଟଣା ଭାୟା ବେଲପଦା କାଣ୍ଡଗରଡ଼ି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର ହେବା ସହିତ କାମ ନସରୁଣୁ ସ୍ଥାନେ ସ୍ଥାନେ ଫାଟିବା ସହିତ ଭାଙ୍ଗିଥିବା ଦେଖିବାକୁ ମିଳିଛି। ଗ୍ରାମ୍ୟସଡ଼କ ଉନ୍ନୟନ ବିଭାଗ ଦ୍ଵାରା ୫କୋଟି ୫୨ଲକ୍ଷ ୨୧ହଜାର ଟଙ୍କା ଅନୁଦାନରେ ନିର୍ମିତ ଉକ୍ତ ରାସ୍ତାର ପାର୍ଶ୍ଵରେଥିବା ଗଡିଆ, ପୋଖରୀ ଆଡିରେ ନିର୍ମାଣ ହୋଇଥିବା ଗାର୍ଡୱାଲ ରାସ୍ତାର ଉଚ୍ଚତା ଠାରୁ ବହୁ ନୀଚା ହୋଇଥିବା କାରଣରୁ ରାସ୍ତାକଡ଼ରେ ପକା ଯାଇଥିବା ମାଟିସବୁ ବର୍ଷାରେ ଗଡିଆ ଭିତରକୁ ବହିଯାଉଥିବା ଦେଖିବାକୁ ମିଳିଛି। ଏହାବାଦ କିଛି ବ୍ୟକ୍ତି ସରକାରୀ ରାସ୍ତାକଡ଼ ଜାଗାକୁ ଜବର ଦଖଲରେ ରଖିଥିବାବେଳେ ପ୍ରଶାସନ ଦ୍ବାରା ଡିମାର୍କେସନ(ଚିହ୍ନଟ ) କୁ ମଧ୍ୟ ବେଖାତିର କରିଛନ୍ତି।ଏନେଇ ଗ୍ରାମବାସୀ ମାନେ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସନ୍ତୋଷଜନକ ଉତ୍ତର ମିଳିନଥିଲା। ତଦନ୍ତପାଇଁ ଆସିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ରାସ୍ତାକାମ ସରିବାକୁ ବସିଲାଣି ଅଥଚ ଯନ୍ତ୍ରୀଜଣକ ସାଇଡକୁ ଆସିନଥିବା ଦେଖିବାକୁ ମିଳିଛି ବୋଲି ଅଭିଯୋଗ ହୋଇଛି।ଫଳରେ ଅସାଧୁ ଉପାୟରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ନିର୍ମାଣରୁ ସ୍ଥାନେସ୍ଥାନେ ପକ୍କାରାସ୍ତା ଦବିଯିବl ସହିତ ପିଚୁ ଉଠିଯାଇଥିବା ଦେଖିବାକୁ ମିଳିଛି। ନବନିର୍ମିତ ପୋଲ ବି ଭୁଶୁଡିଯିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏତଦବ୍ୟତୀତ ସ୍ଥାନେସ୍ଥାନେ ରାସ୍ତାର ବାଙ୍କକୁ ୯୦ ଡିଗ୍ରୀ କୋଣରେ କାମହୋଇଥିବା କାରଣରୁ ବେଳେ ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣାର ଶିକାର ମଧ୍ୟ ହେଉଛନ୍ତି। ଏନେଇ ଗ୍ରାମବାସୀ ଲକ୍ଷ୍ମୀଧର ଗେଡି, ପ୍ରଦୀପ ନାୟକ, କରୁଣାକର ଗେଡି, ବସନ୍ତ ଘଡେଇ, ବିଦ୍ୟାଧର ଘଡେଇ, କରୁଣାକର ଘଡେଇ, ମନୋରଞ୍ଜନ ନାୟକ, ସୁରେନ୍ଦ୍ର ଦାସ, ଭଗିରଥି ଦାସବାବୁ, ବିଦ୍ୟାଧର ଦାସବାବୁ, କିଶୋର ମହାନ୍ତି, ଗୟାଧର ଖୁଣ୍ଟିଆ, ଅର୍ଜୁନ ବେହେରା, ସୁରେନ୍ଦ୍ର ନାୟକ, ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ସହିତ ତୁରନ୍ତ ପଦକ୍ଷେପ ନନେଲେ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି l

Sidha Sambad
Author: Sidha Sambad

Leave a Comment

और पढ़ें