କୁଳଡିହା ଅଭୟାରଣ୍ୟ ଗଳିତ ଦନ୍ତା ହାତୀ ମୃତ୍ୟୁ ଘଟଣା———- ୨ ଦାନ୍ତ ସହ ୧ପୁରୁଣା ଦାନ୍ତ ଜବତ।

👇समाचार सुनने के लिए यहां क्लिक करें

ନୀଳଗିରି,୧୫/୭(ସିଧାସମ୍ବାଦ);
ଦୀର୍ଘ ଏକମାସର ବ୍ୟବଧାନ ପରେ ବନବିଭାଗକୁ ମିଳିଲା ବଡ ସଫଳତା। ଠିକ୍ ମାସେତଳେ ଅର୍ଥାତ୍ ଜୁନ ୧୫ତାରିଖରେ କୁଳଡ଼ିହା ଅଭୟାରଣ୍ୟ ପୁଟିବନ୍ଧ ହୁଡ଼ିସାହି ନିକଟରେ ଏକ ଗଳିତ ଦନ୍ତା ହାତୀର ମୃତଦେହ ପଡ଼ିଥିବାର ଖବରପାଇ ବନବିଭାଗ ଶିକାରୀ ସନ୍ଧାନରେ ଜାଲ ବିଛାଇଥିଲା। ପରେ ଏହି ଘଟଣାରେ ୫ଜଣ ଶିକାରୀଙ୍କୁ ବିଭାଗ ଗିରଫ କରିଥିବାବେଳେ ମୁଖ୍ୟ ଆସାମୀ ସହିତ ହାତୀଦାନ୍ତ ଠାବ କରିବାରେ ବିଫଳ ହୋଇଥିଲା।ଏନେଇ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଥିଲା।କୁଳଡିହା ବନବିଭାଗ ଘଟଣାକୁ ଗୁରୁତ୍ବଦେଇ ମୁଖ୍ୟ ଆସାମୀ ସହିତ ଦାନ୍ତ ସନ୍ଧାନରେ ଥିବାବେଳେ ସୋମବାର ଜୁଲାଇ ୧୪ତାରିଖ ଏକ ବିଶେଷ ସୂତ୍ରରୁ ଖବର ପାଇ ବାଲେଶ୍ୱର ଏସିଏଫଓ ଦିଗନ୍ତ ଶୋଭନ ଚାନ୍ଦ ଏବଂ କୁଲଡ଼ିହା ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଏକ ଟିମ୍ ବରହମପୁର ପୋଲିସ ସହାୟତାରେ ମୁଖ୍ୟଆସାମୀ କେସିପୁର ପଞ୍ଚାୟତ ବେତକଟା ଗ୍ରାମର ସୁଶାନ୍ତ କୁମାର ନାୟକ ଓରଫ ଟୁଟୁଙ୍କ ଘର ପରିସରରୁ ଉକ୍ତ ଦନ୍ତାହାତୀର ଦୁଇଟିଦାନ୍ତ ଜବତ କରିବାରେ ସଫଳ ହୋଇଛି । ତେବେ ମୁଖ୍ୟ ଆସାମୀ ଟୁଟୁ ସହିତ ସହଯୋଗୀ ବାପିକୁ କାବୁ କରିବାରେ ବିଫଳ ହୋଇଛି ବନବିଭାଗ।ଅନ୍ୟପକ୍ଷରେ ଉକ୍ତ ଟିମ୍ ତେଲିପାଳ ପଞ୍ଚାୟତ ଭଗାବନ୍ଧ ଗ୍ରାମର ଦିନା ମୁର୍ମୁଙ୍କ ନିକଟରୁ ଗୋଟିଏ ପୁରୁଣା ହାତୀଦାନ୍ତ ଜବତ କରାଯାଇ ଅଭିଯୁକ୍ତ ଦିନାକୁ ନିଜ ହେପାଜାତକୁ ନେଇ ଅଧିକ ତଦନ୍ତ ଚଳାଇଥିବା ବନବିଭାଗ ସୂଚନା ପ୍ରଦାନ କରିଛି।

Sidha Sambad
Author: Sidha Sambad

Leave a Comment

और पढ़ें