ହରକ୍ଷା ଲୋଡୂଛି ୧୦୦ବର୍ଷର ପୁରାତନ ରାଧାକୃଷ୍ଣ ମନ୍ଦିର

👇समाचार सुनने के लिए यहां क्लिक करें

ଖଣ୍ଡପଡ଼ା ୧୫|୭ (ସିଧା ସମ୍ବାଦ) ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର ବଡ଼ସାହି ଠାରେ ଅବସ୍ଥିତ ପ୍ରଭୁ ରାଧାକୃଷ୍ଣଙ୍କ ମନ୍ଦିରଟି ଅବହେଳିତ ଅବସ୍ଥାରେ ପଡିରହିଛି ।ମନ୍ଦିରର ଚତୁଃପାର୍ଶ ଅନାବନା ଗଛଲତାରେ ଭର୍ତ୍ତିହୋଇ ରହିଥିବା ବେଳେ ମନ୍ଦିର ଉପରେ ମଧ୍ଯ ଗଛଲତା ଉଠିଛି।ଆଜକୁ ୧୦୦ ବର୍ଷ ତଳେ ସ୍ଥାନୀୟ ଅଞ୍ଚଳର କୋଠାଳ ପରିବାରର ସଦସ୍ଯମାନଙ୍କ ଦ୍ବାରା ଏହି ମନ୍ଦିରଟି ନିର୍ମାଣ କରାଯାଇଥିଲା। ମୁଖ୍ଯ ମନ୍ଦିରରେ ପ୍ରଭୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ପୂଜା ପାଉଛନ୍ତି। ବାରମାସରେ ତେର ପର୍ବ ଏହି ମନ୍ଦିରରେ ପାଳିତ ହେଉଥିବା ଗ୍ରାମବାସୀଙ୍କ ସୁତ୍ରରୁ ଜଣାପଡିଛି।ସେହିପରି ଦୈନନ୍ଦିନ ନୀତିକାନ୍ତି ମଧ୍ଯ ମନ୍ଦିରରେ ପାଳିତ ହେଉଛି।ମାତ୍ର ଅବହେଳିତ ଅବସ୍ଥାରେ ଦଣ୍ଡାୟମାନ ଏହି ପ୍ରାଚୀନ କୀର୍ତ୍ତିରାଜି ମନ୍ଦିରଟି ଏବେ ସୁରକ୍ଷା ଲୋଡୁଥିଲା ଜଣାପଡିଛି।ମୁଖ୍ଯ ମନ୍ଦିର ଓ ମନ୍ଦିରର ମୁଖଶାଳା ରକ୍ଷଣାବେକ୍ଷଣ ଅଭାବରୁ ନଷ୍ଟ ହେବାକୁ ବସିଲାଣି।ପ୍ରାଚୀନ ଐତିହ୍ୟର ସ୍ବାକ୍ଷର ବହନ କରୁଥିବା ଏହି ମନ୍ଦିରଟିର ନବୀକରଣ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ଖଳିସାହି ଗ୍ରାମବାସୀ ଦାବି କରିଛନ୍ତି।ପ୍ରକାଶଥାଉକି ପୁରାତନ କିର୍ତ୍ତିରାଜି ଓ ଐତିହ୍ୟର ସୁରକ୍ଷା ନିମନ୍ତେ ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରୁଥିଲେ ହେଁ ଏହି ମନ୍ଦିରଟି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Sidha Sambad
Author: Sidha Sambad

Leave a Comment

और पढ़ें