ପ୍ରବଳ ବର୍ଷାରେ ବେହାଲ ନୀଳଗିରି। ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟରେ ପଶିଲା ବର୍ଷାପାଣି।

👇समाचार सुनने के लिए यहां क्लिक करें

ନୀଳଗିରି -୩/୯(ସିଧାସମ୍ବାଦ);
ତିନିଦିନ ଧରି ଲଗାଣ ବର୍ଷାଯୋଗୁଁ ନୀଳଗିରି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ କୃତିମ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏପରିକି ବିଭିନ୍ନ ୱାର୍ଡରେ ପାଣି ସଠିକ୍ ନିଷ୍କାସିତ ହୋଇନପାରି ଘର ଭିତରେ ବର୍ଷାଜଳ ପଶିଥିବା ଅଭିଯୋଗ ହୋଇଛି। ବୁଧବାର ସକାଳଠାରୁ ବର୍ଷା ଲାଗିରହିିବାରୁ ନୀଳଗିରି ମହିଳା ମହାବିଦ୍ୟାଳୟ ମଧ୍ୟରେ ପାଣି ଜମାହୋଇ ରହିବାଯୋଗୁଁ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ କଲେଜ ସାମ୍ନାଗେଟ୍ କଂକ୍ରିଟ ଢଳେଇ ହୋଇଥିବାରୁ ପାଣି ଅବଶୋଷିତ ହୋଇନପାରି ଜମାହେବା ଏବଂ ଯୁକ୍ତଦୁଇ କଲେଜ ଛାତର ପାଣି ବୋହିଆସି ଜମା ହେବା ଫଳରେ କଲେଜରେ ଅଧ୍ୟୟନ ଏବଂ ଅଧ୍ୟାପନ ପାଇଁ ଆସୁଥିବା ଛାତ୍ରଛାତ୍ରୀ ପଡିଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ବିଶେଷକରି ମହାବିଦ୍ୟାଳୟର ଦକ୍ଷିଣପାର୍ଶ୍ଵ ଜମିକୁ ମାଟିପକାଇ ଉଚ୍ଚାକରାଯାଇଥିବା ସହିତ ପାଣି ନିଷ୍କାସନର ସୁବିଧାନଥିବାରୁ ଏପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାଯାଇଛି।

Sidha Sambad
Author: Sidha Sambad

Leave a Comment

और पढ़ें