ନୀଳଗିରି -୩/୯(ସିଧାସମ୍ବାଦ);
ବାଲେଶ୍ୱର ଟାଉନ ହାଇସ୍କୁଲର ପ୍ରଧାନଶିକ୍ଷକ ସତ୍ୟରଞ୍ଜନ ଭୂୟାଁ ନୀଳଗିରି ଗୋଷ୍ଠୀ ଶିକ୍ଷାକେନ୍ଦ୍ରର ଶିକ୍ଷାଧିକାରୀ ଭାବେ ଅତିରିକ୍ତ କାର୍ଯ୍ୟଭାର ଗ୍ରହଣ କରିଛି। ଜଣେ ଯୁବଶିକ୍ଷକ ଭାବେ ଶିକ୍ଷାବ୍ୟବସ୍ଥା ପ୍ରତି କର୍ତ୍ତବ୍ୟନିଷ୍ଠା ଏବଂ ଦାୟିତ୍ବବୋଧତା ପାଇଁ ତାଙ୍କୁ ଏଭଳି ଗୁରୁଦାୟିତ୍ବ ମିଳିଥିବା ସୂଚନା ମିଳିଛି। ପୂର୍ବରୁ ନୀଳଗିରିର ସ୍ଥାୟୀ ଗୋଷ୍ଠୀଶିକ୍ଷା ଅଧିକାରୀ ଭାବେ ଶ୍ରୀମତୀ ସ୍ନିଗ୍ଧା ପଣ୍ଡାଙ୍କ ପଦନ୍ନୋତି ପରେ ଦୁଇଜଣ ଶିକ୍ଷକ ଅସ୍ଥାୟୀ ଅଧିକାରୀ ଭାବରେ ନିଯୁକ୍ତି ପାଇଥିଲେ। ଏବେ ପୁଣି ଶ୍ରୀଯୁକ୍ତ ଭୂୟାଁ ମଧ୍ୟ ଏହି ପଦବୀରେ ଅତିରିକ୍ତ ଦାୟିତ୍ବରେ କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି। ଏହି ଦାୟିତ୍ବ ଗ୍ରହଣ ଅବସରରେ ବିଭାଗର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିବା ବେଳେ ବହୁ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟାଳୟରେ ଭେଟି ସ୍ବାଗତ ଜଣାଇଥିବା ଜଣାପଡିଛି।




