କମିବ ପେଟ୍ରୋଲ ଓ ଡିଜେଲ ଦର ! ,ବିଜେପି ସରକାର କଲେ ଘୋଷଣା ?

👇समाचार सुनने के लिए यहां क्लिक करें

ଭୁବନେଶ୍ୱର,୬/୯(ସିଧାସମ୍ବାଦ): ରାଜ୍ୟ ଚାହିଁଲେ ପେଟ୍ରୋଲ, ଡିଜେଲରେ ଲାଗିବ ଜିଏସ୍‌ଟି : ଅର୍ଥମନ୍ତ୍ରୀ . ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଆମେ ଜାଣିଶୁଣି ପେଟ୍ରୋଲ-ଡିଜେଲକୁ ଜିଏସ୍‌ଟିରୁ ବାଦ ଦେଇନୁ । ଆଇନ ସମ୍ମତ ଭାବେ ଆମେ ଏହା ଉପରେ ଜିଏସ୍‌ଟି ନେଇ ପ୍ରସ୍ତୁତ ରହିଛୁ । ମାତ୍ର ରାଜ୍ୟଗୁଡ଼ିକ ଏହାକୁ ନେଇ ସହମତ ହେବା ଆବଶ୍ୟକ । ରାଜ୍ୟଗୁଡ଼ିକ ପକ୍ଷରୁ ଏହି ନିଷ୍ପତ୍ତି ଆସିବାର ଆବଶ୍ୟକତା ରହିଛି ।

ପେଟ୍ରୋଲ ଏବଂ ଡିଜେଲ ଉପରେ କେନ୍ଦ୍ର ସରକାର ଉତ୍ପାଦ ଟିକସ ଏବଂ ରାଜ୍ୟଗୁଡ଼ିକ ଭାଟ୍‌ ଲାଗୁ କରୁଛନ୍ତି । ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଏହି ରାଜସ୍ୱ ଉପରେ ବିଶେଷ ଭାବେ ନିର୍ଭର କରନ୍ତି । ଫଳରେ ତେଲକୁ ଜିଏସ୍‌ଟି ପରିସରକୁ ଆଣିବା ଏକ ସମ୍ବେଦନଶୀଳ ଏବଂ ଜଟିଳ ବ୍ୟାପାର । ବର୍ତ୍ତମାନ ସରକାର ଏହାକୁ ଜିଏସ୍‌ଟି ପରିସରରେ ବାହାରେ ରଖି ନିଶ୍ଚିତ କରିଛନ୍ତି ଯେ, ଉଭୟ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକର ରାଜସ୍ୱ ବାଧାପ୍ରାପ୍ତ ହେବନି । ଜିଏସ୍‌ଟି ୨.୦ ବ୍ୟବସ୍ଥାରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦର କମାଇବା ଉପରେ ଫୋକସ କରାଯାଇଛି । ଅଟୋମୋବାଇଲ ସହ ଅନ୍ୟ ଶିଳ୍ପ ମଧ୍ୟ ଏହା ଦ୍ୱାରା ଉତ୍ସାହିତ ହେବ । ମାତ୍ର ତେଲକୁ ଦେଖିଲେ ଏବେ ଯାଏ ସେଭଳି କିଛି ପରିବର୍ତ୍ତନ ହୋଇନି ।

ରାଜ୍ୟଗୁଡ଼ିକ ପକ୍ଷରୁ କୌଣସି ଚୂଡ଼ାନ୍ତ ସହମତି ନ ଆସିବା ଯାଏ ପେଟ୍ରୋଲ ଡିଜେଲ ପରୋକ୍ଷ ଟିକସ ବ୍ୟବସ୍ଥା ପରିସରକୁ ଆସିବନି । ବର୍ତ୍ତମାନ ଏହାକୁ ଜିଏସ୍‌ଟି ପରିସରକୁ ଆଣିବା ଲାଗି କିଛି ଠୋସ ନିଷ୍ପତ୍ତି ନେଇନାହାନ୍ତି । ସାମଗ୍ରୀ ଏବଂ ସେବା ଲାଗି ଟିକସ ବ୍ୟବସ୍ଥାକୁ ସରଳୀକରଣ କରିବା ଧ୍ୟାନ ରହିଛି । ଯେତେବେଳେ ରାଜ୍ୟ ଏ ନେଇ ପ୍ରସ୍ତୁତ ହେବେ, ସେବେ ତେଲ ଉପରେ ଜିଏସ୍‌ଟି ଲାଗିବ ବୋଲି ସୀତାରମଣ ସ୍ପଷ୍ଟ କରିଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें