ଭୁବନେଶ୍ୱର,୦୭/୦୯ (ସିଧାସମ୍ବାଦ) ଆସନ୍ତା୨୮ରେ ଭୁବନେଶ୍ୱରରେ ହେବ ନ୍ୟାୟପାଳିକା ମହାକୁମ୍ଭ, ଯୋଗଦେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି .ଏହା ମିଳିତ ଭାବେ ଓଡ଼ିଶା ସରକାରଙ୍କ ଆଇନ ବିଭାଗ ଏବଂ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜନ କରାଯାଉଛି ।
ମହାକୁମ୍ଭରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବି ଆର୍ ଗଭାଇ ଓ ଅନ୍ୟ ବିଚାରପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାଛଡ଼ା ବିଭିନ୍ନ ରାଜ୍ୟ ହାଇକୋର୍ଟର ମୁଖ୍ୟ ବିଚାରପତି, ଆଡଭୋକେଟ୍ ଜେନେରାଲ, ଭାରତ ସରକାରଙ୍କ ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲ ମଧ୍ୟ ଯୋଗଦେବେ । ଏହି ମହାକୁମ୍ଭ ଭୁବନେଶ୍ୱର ଲୋକସେବା ଭବନରେ ହେବ । ଓଡ଼ିଶା ସରକାରଙ୍କ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଶନିବାର ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି।




