ରାୟଗଡ଼ା,(ସିଧାସମ୍ବାଦ)୦୭/୦୯: ବିଶାକ୍ତ ସାପ କାମୁଡ଼ାରେ ଜଣେ ମହିଳା ସରପଞ୍ଚଙ୍କ ମୃତ୍ୟୁ ହୋଇଛି । ମହିଳା ସରପଞ୍ଚ ଜଣକ ହେଲେ ରାୟଗଡା ସଦର ବ୍ଲକ କୁଲି ପଞ୍ଚାୟତର ମାଙ୍ଗି କାଡ୍ରାକା। ଏହି ଘଟଣା ପରେ କୁଲି ପଞ୍ଚାୟତ ଅଞ୍ଚଳରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି ।
ଶନିବାର ବିଳମ୍ବିତ ରାତିରେ ମାଙ୍ଗି ନିଜ ଘରେ ଶୋଇଥିବା ବେଳେ ଏକ ବିଶାକ୍ତ ସାପ ତାଙ୍କ ଡାହାଣ ଗୋଡକୁ କାମୁଡିଥିଲା। ସାପ କାମୁଡ଼ିଥିବା ଜାଣିପାରି ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ। ସ୍ବାମୀ ସୁରୀ କାଡ୍ରାକା ଆମ୍ବୁଲାନ୍ସ ସାହାଯ୍ୟରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣି ଭର୍ତ୍ତି କରାଇଥିଲେ । ତେବେ ପ୍ରାୟ ଦେଢ ଘଣ୍ଟା ଧରି ତାଙ୍କୁ ଚିକିତ୍ସା କରିବା ପରେ ତାଙ୍କ ମୃତ୍ୟୁ ହୋଇଥିଲା । ତେବେ ସରପଞ୍ଚଙ୍କ ମୃତ୍ୟୁ ଘଟଣା ପ୍ରଚାରିତ ହେବା ପରେ କୁଲି ପଞ୍ଚାୟତ ଅଞ୍ଚଳରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି। ମୃତ ସରପଞ୍ଚଙ୍କ ବହୁ ପ୍ରଶଂସକ ତାଙ୍କ ଶେଷ ଦର୍ଶନ କରିବା ପାଇଁ ଡାକ୍ତରଖାନାରେ ଆସି ପହଞ୍ଚିଛନ୍ତି।




