ଅନଲାଇନରେ ଉପଲବ୍ଧ ହେବ ଓକିଲ ଏବଂ ନୋଟାରୀଙ୍କ ସମ୍ପୂର୍ଣ୍ଣ ଡାଟାବେସ୍। ଫର୍ଜରୀ ଏଗ୍ରିମେଣ୍ଟ ଜଗିବେ, ନିଯୁକ୍ତି ହେବେ ଶହଶହ ନୂଆ ନୋଟାରୀ।

👇समाचार सुनने के लिए यहां क्लिक करें

୧୪/୯(ସିଧାସମ୍ବାଦ)ରାଜ୍ୟରେ ଆଗାମୀ ଦିନରେ ଓକିଲ ଏବଂ ନୋଟାରୀଙ୍କ ସମ୍ପୂର୍ଣ୍ଣ ତଥ୍ୟ (ଡାଟାବେସ୍) ଅନଲାଇନରେ ଉପଲବ୍ଧ ହେବ। ଏହା ଚାଲୁ ହେଲେ ସାଧାରଣ ଲୋକଙ୍କ ପାଇଁ ଓକିଲ ବା ନୋଟାରୀଙ୍କ ସହଜ ସମ୍ପର୍କ ସ୍ଥାପନ କରିବା ସହଜ ହେବ। ସେହିପରି, ଫର୍ଜରୀ (ଜାଲିଆତି) ଏଗ୍ରିମେଣ୍ଟ ଉପରେ ମଧ୍ୟ କଠୋର ନଜର ରହିବ।

ସରକାରୀ ସ୍ତରରୁ ଖବର ଆସିଛି, ଶହଶହ ନୂଆ ନୋଟାରୀଙ୍କୁ ନିଯୁକ୍ତି କରାଯିବ। ଏଥିରୁ କାର୍ଯ୍ୟସୁବିଧା ବଢ଼ିବା ସହିତ ସାଧାରଣ ଲୋକଙ୍କୁ ସେବା ନେବାରେ ସହଜତା ମିଳିବ।

Sidha Sambad
Author: Sidha Sambad

Leave a Comment

और पढ़ें