ରାଜଧାନୀରେ ଚାଞ୍ଚଲ୍ୟ ,ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା ,ଅପହରଣକାରୀ ମୁଣ୍ଡ ଜାମିନ ପାଇଁ ୨କୋଟି ଟଙ୍କା ମାଗିଥିଲେI

👇समाचार सुनने के लिए यहां क्लिक करें

ଡ୍ରାଇଭରଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଚନ୍ଦକା ଜଙ୍ଗଲରୁ ମୃତଦେହ ଜବତ କରିଛି ପୁଲିସ । ମୃତକ ହେଲେ ଭୁବନେଶ୍ୱର ଶିଶୁପାଳଗଡର ବିଦ୍ୟାଧର ସାହୁ । ତିନି ଦିନ ପୂର୍ବେ ବିଦ୍ୟାଧର ନିଖୋଜ ଥିବା ନେଇ ବଡଗଡ ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକେ । ପରେ ଅପହରଣକାରୀ ମୁଣ୍ଡ ଜାମିନ ପାଇଁ ୨କୋଟି ଟଙ୍କା ମାଗିଥିଲେ । ଏନେଇ ବିଦ୍ୟାଧରଙ୍କ ମାମୁଁ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

Sidha Sambad
Author: Sidha Sambad

Leave a Comment

और पढ़ें