ଭାଲୁ ଆକ୍ରମଣରେ ମହିଳା ଗୁରୁତ୍ତର I

👇समाचार सुनने के लिए यहां क्लिक करें

ନୀଳଗିରି:୨୧/୯(ସିଧାସମ୍ବାଦ):ନୀଳଗିରି ବ୍ଳକ ଧୋବାଶିଳା ପଞ୍ଚାୟତ କଣ୍ଟାବଣିଆ ଗ୍ରାମ ସଚିନ୍ଦ୍ର ସ୍ୱାଇଁ ଙ୍କ ଝିଅ କନକ ସ୍ୱାଇଁ (୪୫), ନିକଟ କେରାଟ ପଡ଼ିଆ ଗାଁ ରେ ଘର କରି ରହିଆସୁଥିଲା | ଆଜି ସକାଳେ ନିକଟ ଜଙ୍ଗଲ ପାଦଦେଶ କୁ ଶୌଚ ପାଇଁ ଯାଇଥିବା ବେଳେ ଭାଲୁ ହାବୁଡ଼ରେ ପଡିଥିଲା | ଭାଲୁଟି ଅତର୍କିତ ଆକ୍ରମଣ ରେ ମୁଣ୍ଡରେ ତିନି ଗୋଟି ଜାଗା, ବାମ କାନକୁ ଆକ୍ରମଣ ରେ କାନ ଛିଣ୍ଡି ଶରୀରରୁ ଅଲଗା ହୋଇଯାଇ ଗଭୀର କ୍ଷତ ସୃଷ୍ଟି ହେବା ସହିତ ପ୍ରବଳ ରକ୍ତଶ୍ରାବ ହୋଇଥିଲା | ଚିତ୍କାର ସୁଣି ଗ୍ରାମଲୋକ ଘଟଣା ସ୍ଥଳରେ ପହଂଚି ଯିବାରୁ ଭାଲୁଟି ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା | ସ୍ଥାନୀୟ ଲୋକଙ୍କ ସହଯୋଗ ରେ ସଂଗେସଂଗେ ନୀଳଗିରି ମେଡିକାଲ କୁ ଅଣା ଯିବା ପରେ ମୁଣ୍ଡ ରେ ୧୫ ଗୋଟି ସିଲେଇ ହୋଇଛି | ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ମେଡିକାଲ କୁ ସ୍ଥାନାନ୍ତରଣ କରାଯାଇଛି |

Sidha Sambad
Author: Sidha Sambad

Leave a Comment

और पढ़ें