ନୀଳଗିରି:
୨୧/୯(ସିଧାସମ୍ବାଦ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 75 ଜନ୍ମଜୟନ୍ତୀ ଓ ସେବାପକ୍ଷ ପାଳନ ଅବସରରେ ନୀଳଗିରି ଠାରେ ଜିଲା ସ୍ତରୀୟ ମୋଦୀ ବିକାଶ ମାରାଥନ ଅନୁଷ୍ଠିତ ହୋଇଯାଇଛି. ଉକ୍ତ ମାରାଥନ କୁ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଗେରୁଆ ପତାକା ହଲାଇ ଶୁଭାରମ୍ଭ କରିଥିଲେ. ଉକ୍ତ ମାରାଥନ ଜଗନ୍ନାଥ ମନ୍ଦିର ନିକଟରୁ ବାହାରି କଚେରୀ ବଜାର ବସଷ୍ଟାଣ୍ଡ ଘାଟଘରସାହି ସାରl ସହରାଞ୍ଚଳ ପରିକ୍ରମା କରିଥିଲେ. ଏହି ମାରାଥନ ରେ ନୀଳଗିରି ନିର୍ବାଚନମଣ୍ଡଳୀ ର ପ୍ରତେକ ପଞ୍ଚାୟତରୁ ଯୁବକର୍ମୀ ସାମିଲ ହେବା ସହିତ ନୀଳଗିରି ସହରରେ ଥିବା ବିଭିନ୍ନ କଲେଜ ର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ. ଉକ୍ତ ମାରାଥନ୍ ରେ ବିଧାୟକ ସନ୍ତୋଷ ଖଟୁଆ. ସାଂସଦ ଙ୍କ ବ୍ୟକ୍ତିଗତ ସଚିବ ଚନ୍ଦ୍ରବିନ୍ଦୁ ଦାସ ଜିଲାସଭାପତି ଇଶ୍ୱରଚନ୍ଦ୍ର ବେହେରା ଜିଲାପ୍ରଭାରୀ ଚନ୍ଦ୍ରଶେଖର ନନ୍ଦ ଜିଲ୍ଲାପରିଷଦ ସଦସ୍ୟ ଗତିକୃଷ୍ଣ ନନ୍ଦ ଜିଲ୍ଲାପରିଷଦ ସଦସ୍ୟା ଉଷାରାଣୀ ରାଉଳ ରଞ୍ଜିତା ସିଂ ସୁବର୍ଣ୍ଣା ମଞ୍ଜରି ସିଂ ସମେତ ସମସ୍ତ ମଣ୍ଡଳ ସ୍ତରୀୟ ସଭାପତି ଉପସ୍ଥିତ ହୋଇ ମାରାଥନ ରେ ଅଂଶଗ୍ରହଣ କରିଥିଲେ. ବିଶ୍ୱକର୍ମା ପୂଜା ଠାରୁ ଅକ୍ଟୋବର ଦୁଇ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ପନ୍ଦର ଦିନ ଧରି ପର୍ଯ୍ୟାୟ କ୍ରମେ ରକ୍ତଦାନ ଶିବିର ବୃକ୍ଷ ରୋପଣ ସଫେଇ କାର୍ଯ୍ୟକ୍ରମ ଆଦି କରାଯିବା ର କାର୍ଯ୍ୟକ୍ରମ ରହିଥିବା ପ୍ରକାଶ କରିଥିଲେ




