ବଢିଲା ମହଙ୍ଗା ଭତ୍ତା।ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ଦିପାବଳୀରେ କେନ୍ଦ୍ର ସରକାର ଦେବାକୁ ଯାଉଛନ୍ତି ବଡ଼ ଉପହାର। କେବଳ ସରକାରୀ କର୍ମଚାରୀ ନୁହଁନ୍ତି ପେନସନଧାରୀଙ୍କ ପାଇଁ ମଧ୍ୟ ବଡ଼ ଖୁସି ଖବର। କେନ୍ଦ୍ର ସରକାର କ୍ୟାବିନେଟ୍ ବୈଠକରେ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା (DA) ବୃଦ୍ଧି କରିଛନ୍ତି। କ୍ୟାବିନେଟ ବୈଠକରେ ୩% ଡିଏ ବୃଦ୍ଧି କରିଛନ୍ତି ଏହି ନିଷ୍ପତ୍ତିରେ ୪୯ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୯ ଲକ୍ଷ ପେନସନଧାରୀ ବ୍ୟକ୍ତି ଉପକୃତ ହେବେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ବିନ ବୈଷ୍ଣବ ଏହି ସୂଚନା ଦେଇଛନ୍ତି।




