ବୋଲଗଡ (ସିଧା ସମ୍ବାଦ)୦୩/୧୦:
ବିଶ୍ଵପ୍ରସିଦ୍ଧ ମାଣିକଗୋଡା ର ଦଶହରା ପର୍ବ. ଯାହା ବିଶ୍ୱକୁ ସାମ୍ପ୍ରଦାୟିକ ସଦଭାବନା ସଂପ୍ରିତି ଓ ଭାଇଚାରା ର ବାର୍ତ୍ତା ପ୍ରଦାନ କରିଥାଏ. ଷଷ୍ଠୀ ତିଥିରୁ ଆରମ୍ଭ ହୋଇଥାଏ ଏଠାକାର ପର୍ବ. ଏହି ପର୍ବର କର୍ତ୍ତା ସାଜିଥାନ୍ତି ଜଣେ ମୁସଲମାନ. ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତି ଅନୁଯାୟୀ ରାଜ ପୁରୋହିତଙ୍କ ବେଦଧ୍ୱନି ମନ୍ତ୍ର ଉଚ୍ଚାରଣ ସହିତ ହାତରେ ପବିତ୍ର କୁଶ ବଟୁ ଧାରଣ କରି ହୋମରେ ଆହୁତି ପ୍ରଦାନ କରିଥାନ୍ତି ମା କନକ ଦୁର୍ଗାଙ୍କୁ ସ୍ମରଣ କରିଥାନ୍ତି. ଦୀର୍ଘ ୪ଦିନ ଧରି ମାଣିକଗୋଡା ର ଭଗବତୀ ମଣ୍ଡପରେ ବିରାଜିତ ହୋଇଥାନ୍ତି ମା କନକ ଦୁର୍ଗା.. ତାଙ୍କ ସହ ମହିଷା ମର୍ଦିନୀ ଙ୍କ କଟାରି ଚଣ୍ଡୀଙ୍କ ଖଣ୍ଡା ମାଣିକ ଭୂୟାଁ ଙ୍କ ଦଣ୍ଡ କୋଠ କରଣଙ୍କ ଲେଖନୀ ଆଦି ପୂଜା ପାଇଥାନ୍ତି. ବିଜୟା ଦଶମୀରେ ବିରାଟ ଥାଟ ପଟୁଆରରେ ମାଳିସାହିସ୍ଥିତ ଶ୍ରୀଶ୍ରୀ ସୋମନାଥ ଦେବଙ୍କ ପୀଠରେ ଅପରାଜିତା ହୋମ କରିଥାନ୍ତି. ଚଳିତ ବର୍ଷର ଦଳବେହେରା ଶେଖ ଅଜିଜୁର ରହମାନ କର୍ତ୍ତା ହୋଇ କାର୍ଯ୍ୟ ପରିଚାଳନା କରିଥିଲେ. ରାଜ ପୁରୋହିତ ଜଗଦାନନ୍ଦ ହୋତା ଦେବବ୍ରତ ହୋତା ଙ୍କ ସମେତ ଦିବ୍ୟସିଂହ ପୁର ଶାସନ ର ସ୍ତୋତ୍ରୀୟ ବ୍ରାହ୍ମଣ ମାନେ ବେଦ ପାଠ କରିଥିଲେ. ଏହିପର୍ବରେ ୨ଟି ସମ୍ପ୍ରଦାୟ ହିନ୍ଦୁ ଓ ମୁସଲମାନ ମାନେ ଅଂଶ ଗ୍ରହଣ କରିଥିଲେ. ୧୮ଜାତି ପାଟକ ଆଦିବାସୀ ଓ଼ଗେର ସାମିଲ ହୋଇଥିଲେ. ପରିଚାଳନା କମିଟି ସଭାପତି ଆଇନଜୀବୀ ଅମୀୟ ପଟ୍ଟନାୟକ ଓ ସମ୍ପାଦକ ଇଂ କର୍ପୁର ସାହୁ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ.




