ପ୍ରଶାସନ ମାରିଲା ଫେଲ କିନ୍ତୁ ଗାଁ ମହୋତ୍ସବ କମିଟି

👇समाचार सुनने के लिए यहां क्लिक करें

କାମକରି ଦେଖେଇଦେଲେ। ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ଅନ୍ତର୍ଗତ ବଡକୁମାରୀ ଗ୍ରାମପଞ୍ଚାୟତ ର ହାଟବସ୍ତ ଠାରୁ ହରିକେଶର ଦେଇ ଖଲିକୋଟ ଗ୍ରାମ୍ୟ ଉନ୍ନୟନ ରାସ୍ତା ରେ ଗଛପତ୍ର ମାଡ଼ି ରାସ୍ତା ପୂରା ସଂକୀର୍ଣ୍ଣ ହୋଇଥିଲା। ଗୋଟିଏ ଗାଡି ଗଲେ ଅନ୍ୟ ଗାଡ଼ି ଯିବାଆସିବା କରିବା ସମ୍ଭବ ହେଉନଥିଲା। ପ୍ରଶାସନ କୁ କହିବା ପରେ ବି କୌଣସି କାର୍ଯ୍ୟ ହେଲା ନାହିଁ। ଗାଁ ମହୋତ୍ସବ କମିଟି ର ଯୁବକ ମାନେ ଏକାଠି ହୋଇ ରାସ୍ତା ର ଉଭୟ ପାର୍ଶ୍ବରେ ସଫା କଲେ। ଗାଁ ମହୋତ୍ସବ କମିଟି ର ଅଧ୍ୟକ୍ଷ ତଥା ବୋଲଗଡ ବ୍ଳକ ର ଚାଷୀନେତା ପ୍ରକାଶ ଚନ୍ଦ୍ର ରାଉତରାୟ କଂ ନୈତୃତ୍ବ ରେ ଗାଁ ର ଅଭୟ ମାଝୀ, ଆକାଶ ମହାରଣା,ଗୁଡୁ ବେହେରା ଓ ପ୍ରଫୁଲ୍ଲ ଛୋଟରାୟ ଏବଂ ଅନ୍ୟ ମାନେ
ଅଂଶ ଗ୍ରହଣ କରି ସଫା କରିଥିଲେ।ଏହି ପରି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଅଂଚଳ ର ବୁଦ୍ଧିଜିବୀ ଓ ବାଟୋଇ ଲୋକ ମାନେ ଯୁବକ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें