ଭୁବନେଶ୍ୱର ୧୫।୧୦ (ସିଧାସମ୍ବାଦ): ନୂଆପଡ଼ା ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରିଛି , ଢୋଲକିଆ ହେଲେ ବିଜେପି ପ୍ରାର୍ଥୀ । ଯେଉଁଥିରେ କେନ୍ଦ୍ରୀୟ ନିର୍ବାଚନ କମିଟି ମୋହର ମାରିଛି । ନୂଆପଡ଼ାରେ ଅନୁଷ୍ଠିତ ହେବାକୁ ଯାଉଛି ଉପନିର୍ବାଚନ।ସେପଟେ ଉଭୟ ବିଜେଡି-ବିଜେପିଙ୍କ ମଧ୍ୟରେ ପ୍ରାର୍ଥୀ କିଏ ହେବ ? ସେନେଇ ଛକାପଞ୍ଝା ଚାଲିଥିଲା । ହେଲେ ଶେଷରେ ବିଜେପିରେ ସାମିଲ ହୋଇଥିଲେ ଦିଂବଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ପୁଅ ଜୟ ଢୋଲକିଆ । ବିଜେପି ତରଫରୁ ଉପନିର୍ବାଚନରେ ଲଢିବା ନିଶ୍ଚିତ ଥିଲା । ତଥାପି ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଥିଲା । ବୁଧବାର ଦିନ କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ଜୟ ଢୋଲକିଆଙ୍କ ନାଁରେ ମୋହନ ବାଜିଥିଲା । ଆଗାମୀ ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବା ନେଇ ଘୋଷଣା କରାଯାଇଛି ।




