ଗୃହରକ୍ଷୀ ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

👇समाचार सुनने के लिए यहां क्लिक करें

ବୋଲଗଡ (ସିଧା ସମ୍ବାଦ)ବୋଲଗଡ ଥାନାରେ କାର୍ଯ୍ୟରତ ଗୃହରକ୍ଷୀ କିଶୋର କୁମାର ମହାପାତ୍ର (୫୦)ଙ୍କର ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି. ସ୍ବର୍ଗତ ମହାପାତ୍ର ଗତ କିଛିଦିନ ହେଲା କଟକ ବଡ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ.. ସେ ଜଣେ କର୍ତ୍ତବ୍ୟନିଷ୍ଠ ଭଦ୍ର ତଥା ମେଳାପୀ ବ୍ୟକ୍ତି ଥିଲେ. ତାଙ୍କର ମରଶରୀର କୁ ବୋଲଗଡ ଥାନାକୁ ନିଆଯାଇଥିଲା. ସେଠାରେ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସହ ଅଧିକାରିଣୀ ଲିଲି ପାଢ଼ୀ ଙ୍କ ସମେତ ସମସ୍ତ ଅଧିକାରୀ କନେଷ୍ଟବଳ ଓ ଗୃହରକ୍ଷୀ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ. ପରେ ଗ୍ରାମ ଶ୍ମଶାନ ରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି. ବଡ଼ ପୁଅ ସର୍ବେଶ୍ୱର ମୁଖାଗ୍ନି ପ୍ରଦାନ କରିଥିଲେ.ଗ୍ରାମର ସରପଞ୍ଚ ଗୀତାଞ୍ଜଳି ସାହୁ ସମିତିସଭ୍ୟା ନିର୍ମଳା ପ୍ରଧାନ ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ପରିବାରକୁ ଆଶ୍ୱାସନା ପ୍ରଦାନ କରିଛନ୍ତି ପରିବାରର ଜଣଙ୍କୁ ଗୃହରକ୍ଷୀ ଭାବରେ ନିଯୁକ୍ତ କରିବାକୁ ଜନସାଧାରଣ ନିବେଦନ କରିଛନ୍ତି.

Sidha Sambad
Author: Sidha Sambad

Leave a Comment

और पढ़ें