ଶୀଘ୍ର ଦରମା ପାଇବେ ଗ୍ରାମୀଣ ଗୃହ ନିର୍ମାଣ ପିଏମ୍‌ୟୁ କର୍ମଚାରୀ

👇समाचार सुनने के लिए यहां क्लिक करें

ଭୁବନେଶ୍ୱର,୧୫/୧୦/୨୦୨୫:
ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ଗ୍ରାମୀଣ ଗୃହ ନିର୍ମାଣର ବିଭିନ୍ନ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଆଉଟ୍‌ସୋର୍ସିଙ୍ଗ୍‌ କର୍ମଚାରୀଙ୍କୁ ଶୀଘ୍ର ମିଳିବ ବକେୟା ଦରମା । ଏହି ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ଜରୁରୀ ହସ୍ତକ୍ଷେପ ଯୋଗୁଁ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୨୫ କୋଟି ବକେୟା ଟଙ୍କା ଦିଆଯିବା ନେଇ ତ୍ୱରିତ ପଦକ୍ଷେପ ନିଆଯାଇଛି । ପ୍ରକ୍ରିୟାଗତ ବିଳମ୍ବ ଯୋଗୁଁ ବକେୟା ଥିବା ପ୍ରାୟ ୭୦୦ ଜଣ ଆଉଟ୍‌ସୋର୍ସିଙ୍ଗ କର୍ମଚାରୀଙ୍କ ଦରମା ଏହା ପରେ ଶୀଘ୍ର ଦିଆଯିବ ବୋଲି ବିଭାଗ ପକ୍ଷରୁ ସୂଚିତ କରାଯାଇଛି ।

Sidha Sambad
Author: Sidha Sambad

Leave a Comment

और पढ़ें