ଶ୍ରମିକ ନେତା ରତ୍ନାକର ବିଶ୍ୱାଳଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା |

👇समाचार सुनने के लिए यहां क्लिक करें

ନୀଳଗିରି, ୧୬/୧୦(ଉମାକାନ୍ତ ରାଉତ); ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍‌ର ବରିଷ୍ଠ ତଥା ପ୍ରତିଷ୍ଠାତା ସଭ୍ୟ ୰ ରତ୍ନାକର ବିଶ୍ୱାଳ (ଶିବଭାଇ)ଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବାଲେଶ୍ବର ନୂଆବଜାର ସ୍ଥିତ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ୍‌ର ସଭାଗୃହରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ବ୍ଲକ ସଜନାଗଡ ପଞ୍ଚାୟତର ବାସିନ୍ଦା ସ୍ୱର୍ଗତ ବିଶ୍ୱାଳ ଦୀର୍ଘ ଅର୍ଦ୍ଧଶତାବ୍ଦୀ ଧରି ସଂଘର ସଭ୍ୟ ତଥା ବିଭିନ୍ନ ପଦପଦବୀରେ କାର୍ଯ୍ୟକରି ଆସିଥିଲେ। ଜଣେ ଦକ୍ଷ ବସ୍ ଡ୍ରାଇଭର ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କ ବିୟୋଗରେ ୟୁନିୟନ୍ ଜଣେ ପ୍ରବୀଣ ସାଥୀଙ୍କୁ ହରାଇଲା ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ଅସିତ୍ ବରଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସଂଘର ସାଧାରଣ ସଂପାଦକ ରାଜକିଶୋର ଲେଙ୍କା ଙ୍କ ସମେତ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ସିଆଇଟିୟୁ ର ନେତା ବିଜୟ ପାତ୍ର, ଏଆଇଟିୟୁସି ର ଜିଲ୍ଲା ସଂପାଦକ ଶ୍ୟାମସୁନ୍ଦର ଜେନା, ଟିୟୁଏସିସି ର ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, ବାମପନ୍ଥୀ ନେତା ସୀତାଂଶୁ ସେନାପତି, ଜୀବନବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ‘ଅଶ୍ରୁ’ର ସଂପାଦକ ନୀଳମଣି ଦକ୍ଷିତ ଓ ଅରୁଣ ମିଶ୍ର, ପାଚିକା ସଂଘର ରାଜ୍ୟ ସଂପାଦିକା ଈଷାଣୀ ଷଡ଼ଙ୍ଗୀ ଓ ମୃତ୍ୟୁଞ୍ଜୟ ରାଉତ, ନିର୍ମାଣ ଶ୍ରମିକନେତା ସୁଶାନ୍ତ ଜେନା, ଶିକ୍ଷକନେତା ସତ୍ୟଜିତ୍ ଦାସ, ପ୍ରଭାକର ବେହେରା ଓ ସ୍ୱର୍ଗତ ବିଶ୍ୱାଳଙ୍କ ଜ୍ୟେଷ୍ଠପୁତ୍ର ସାମ୍ବାଦିକ ପ୍ରଶାନ୍ତ ବିଶ୍ୱାଳ, ନୀଳଗିରିର ସାମ୍ବାଦିକ ଜଗନ୍ନାଥ ପାତ୍ର ପ୍ରମୁଖ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ବିଶ୍ୱାଳଙ୍କ ଫଟୋଚିତ୍ରରେ ସାଥୀମାନେ ପୁଷ୍ପପ୍ରଦାନ କରି ଦଣ୍ଡାୟମାନ ହୋଇ ଶ୍ରଦ୍ଧା ଓ ସମ୍ମାନ ଜଣାଇବା ସହିତ ଈଶ୍ୱରଙ୍କ ନିକଟରେ ଆମର ଆତ୍ମାର ସଦଗତି କାମନା କରିଥିଲେ । ସୁଶାନ୍ତ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Sidha Sambad
Author: Sidha Sambad

Leave a Comment

और पढ़ें