ଜୟ କହିଲେ ବିଜେଡିରେ ରହିଲେ ଭବିଷ୍ୟତ ଅନ୍ଧାର

👇समाचार सुनने के लिए यहां क्लिक करें

କାହିଁକି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇଥିଲେ ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଙ୍କିମାରିଥିଲା। କୋମନା ବ୍ଲକ୍ ଅନ୍ତର୍ଗତ ବୁଧି କୋମନା ଗାଁରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଏହାର ସେ ଜବାବ୍ ରଖିଛନ୍ତି ନୂଆପଡ଼ା ସେ କହିଛନ୍ତି, ବିଜେଡି ବାପାଙ୍କୁ ପଚାରିନଥିଲା। ଶେଷ ଅବସ୍ଥାରେ ଯେ‌ତେବେଳେ ବାପା ରାଜେନ୍ଦ୍ର ଢୋଲକିଆ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ ସେ‌ତେବେ‌ଳେ ତାଙ୍କୁ ଦେଖା କରିବା ତ ଦୂରର କଥା, କୌଣସି ବିଜେଡି ନେତା ଫୋନ୍ କରି ତାଙ୍କ କଥା ବୁଝିନଥିଲେ। ଏପରିକି ଦଶାହ ପାଇଁ ବିଜେଡି ଯେଉଁ ବୈଠକ କରିଥିଲା, ସେଠାକୁ ବି ଡାକି ନଥିଲା। ମୋର ବାପାଙ୍କ ସ୍ବପ୍ନ ଥିଲା ନୂଆପଡ଼ାକୁ ଏକ ନମ୍ବର କରିବା। ଆଉ ବାପାଙ୍କ ସେହି ସ୍ବପ୍ନକୁ ପୂରଣ କରିବା ଲାଗି ମୁଁ ବିଜେପିରେ ମିଶିଛି। ବିଜେଡିରେ ଥିଲେ ତାହା ସମ୍ଭବ ହୋଇନଥାନ୍ତା। ଏଣେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୋର ବାପା ରାଜେନ୍ଦ୍ର ଢୋଲକିଆଙ୍କ ଏକାହଶାହରେ ଯୋଗ ଦେଇଥିଲେ। ଆମ ପରିବାରକୁ ସାନ୍ତ୍ବନା ଦେଇଛନ୍ତି। ଖାଲି ସେତିକି ନୁହେଁ ନୂଆପଡ଼ା ଦାୟିତ୍ବ ନିଜେ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ଯେଉଁଭଳି ସହୃଦୟତା ଦେଖାଇଛି, ବାପା ବିଜେଡି ରହି ଜୀବନ ଦେଇଥିଲେ ବି ତାହା ବିଜେଡି କରିନାହିଁ। ଏହି ସଭାରେ ବିଜେପିର ରାଷ୍ଟ୍୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥି‌ଲେ

Sidha Sambad
Author: Sidha Sambad

Leave a Comment

और पढ़ें