ଅଭାୟରଣ୍ୟ ନାମ ରେ ଉଛେଦ କୁ ବିରୋଧ କରି ଆସନ୍ତା ଡିସେମ୍ବର ୧୯ ରେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ । ।

👇समाचार सुनने के लिए यहां क्लिक करें

  1. ଅଭାୟରଣ୍ୟ ନାମ ରେ ଉଛେଦ କୁ ବିରୋଧ କରି ଆସନ୍ତା ଡିସେମ୍ବର ୧୯ ରେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିକ୍ଷୋଭ ।

ନୀଳଗିରି,୨୧/୧୧(ସିଧାସମ୍ବାଦ);
କୁଲଡିହା ଅଭୟାରଣ୍ୟ ର ସୀମା ନିର୍ଦ୍ଧାରଣ ପାଇଁ ମାନ୍ୟବର ଉଚ୍ଚନ୍ୟାୟାଳୟ ଓଡିଶା ପାଖରେ ଏକ ମୋକଦ୍ଦମା ଚାଲୁଥିବା ବେଳେ ସରକାର ନୀଳଗିରି ର ନିରୀହ ଅଧିବାସୀ ମାନଙ୍କ ଉପରେ ବାରମ୍ବାର ନୋଟିସ ଲଗାଇ ଭୟଭୀତ କରାଉଛନ୍ତି। ଯାହା ଦ୍ୱାରା କି ନିରୀହ ଶାନ୍ତି କାମି ଲୋକ ମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଯାହାକି ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଲୋକଙ୍କ ଉପରେ କୁ ପ୍ରଭାବ ପକାଉଛି। ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ପ୍ରଶାସନ ଠାରେ ଏହା କୁ ପ୍ରତିବାଦ କରି ବାରମ୍ବାର ଦାବି କରାଯିବା ସତ୍ତ୍ୱେ ପ୍ରଶାସନ କର୍ଣ୍ଣପାତ କରୁନାହିଁ। ଏହା କୁ ପ୍ରତିବାଦ କରି ଆସନ୍ତା ଡିସେମ୍ବର ମାସ ୧୯ ତାରିଖରେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ହଜାର ହଜାର ସଂଖ୍ୟାରେ ଲୋକଙ୍କୁ ନେଇ ନୀଳଗିରି ଉପଜିଲ୍ଲାପାଳ ଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ସେଥି ପାଇଁ ଆଜି ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ର ଆବାହକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ
ରାଜ୍ଯ ନେତା ସିତାଂଶୁ ସେନାପତି, ନିର୍ମଳ ନାୟକ, ନାରାୟଣ
ଧାମୁଡିଆ, ଅମରେନ୍ଦ୍ର ନାୟକ, ପୁରୁଷୋତ୍ତମ ଖଣ୍ଡେଇ, ଗଜେନ୍ଦ୍ର ସିଂ, ଜଗନ୍ନାଥ ସିଂ, ଲକ୍ଷ୍ମୀଧର ସାହୁ, ନରୋତ୍ତମ ମହାପାତ୍ର, ସୁଶାନ୍ତ ଜେନା, ଭାଗବାନ ମହାନ୍ତି, ଶ୍ୟାମ ସିଂ, କରୁଣାକର ବାରିକ, କାଳିଆ ପାତ୍ର, ହେମେନ୍ଦ୍ର ସେଠି, ମୃତ୍ୟୁଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ ପାଇଁ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Sidha Sambad
Author: Sidha Sambad

Leave a Comment

और पढ़ें