ଜାତୀୟ ଅଡିଟ ସପ୍ତାହ ଉଦଘାଟିତ ଜାତୀୟ ପ୍ରଗତିରେ ଗଠନ ମୂଳକ ଭୂମିକା ଗ୍ରହଣ କରିବ ଅଡିଟ
ଭୁବନେଶ୍ୱର ତା 20/11 ସ୍ଥାନୀୟ ମହାଲେଖାକାର (ଏଜି ) ଆନୁକୂଲ୍ୟରେ ଗୀତ ଗୋବିନ୍ଦ ସଦନ ରେ ରାଜ୍ୟ ସ୍ତରୀୟ ଅଡିଟ ସଚେତନତା ଉତ୍ସବର ଆନୁଷ୍ଠାନିକ ଉଦଘାଟନ ହେଇ ଯାଇଛି I ପ୍ରଧାନ ମହାଲେଖାକାର ଡି. ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ପ୍ରଧାନ ମହାଲେଖାକାର ସୁବୁ. ଆର, ପୂର୍ବତଟ ରେଳବାଇ ପ୍ରମୁଖ ନିର୍ଦେଶକ ଅନୁପ ଫ୍ରାନସିସ ଡୁଙ୍ଗଡୁଙ୍ଗ (ଅନୁପ francis Dungdung) ଓ ମହାଲେଖାକାର ଅଡିଟ-2 ସମ୍ମାନିତ ଅତିଥିରୂପେ ଯୋଗଦେଇଥିଲେ l ପ୍ରାରମ୍ଭରେ ମହାଲେଖାକାର ଅତୁଲ ପ୍ରକାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ l ଉପ ମହାଲେଖାକାର Bantho rakesh naik ଧନ୍ୟବାଦ ଅର୍ପଣ କରିଥିଲେ l ଭାରତର ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(CAG) ସଂସ୍ଥା ର ଐତିହାସିକ ସ୍ଥାପନାକୁ ସ୍ମରଣ କରିବା ପାଇଁ ନଭେମ୍ବର ପ୍ରତିବର୍ଷ 16 ତାରିଖରେ ଅଡିଟ୍ ଦିବସ ପାଳନ କରାଯାଏ। 1860 ମସିହାରେ ଏହି ଦିନରେ, ସାର୍ ଏଡୱାର୍ଡ ଡ୍ରମଣ୍ଡ ଭାରତର ପ୍ରଥମ ଅଡିଟର ଜେନେରାଲ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ I ଚଳିତ ବର୍ଷ ଏହି ଉତ୍ସବ ଦିଲ୍ଲୀ ଠାରେ ପାଳନ କରାଯାଇଥିଲା I ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକ୍ରିଷ୍ଣନ ଅଡିଟ୍ ଦିବସ କୁ ଉଦଘାଟନ କରି ଆର୍ଥିକ ସୁଶାସନ ପ୍ରତିଷ୍ଠାରେ ଅଡିଟର ଭୂମିକାକୁ ପ୍ରଶଂସା କରିଥିଲେ I ସିଏଜି କେ. ସଞ୍ଜୟ ମୂର୍ତ୍ତି, ପ୍ରତିଷ୍ଠାନର ଭବିଷ୍ୟତ ଭୂମିକା ବିଷୟରେ କହିଥିଲେ ଯେ ସରକାରଙ୍କ ସମସ୍ତ ସ୍ତରରେ ଉତ୍ତରଦାୟିତ୍ୱକୁ ସୁନିଶ୍ଚିତ କରିବାକୁ ଅଡିଟର ଭୂମିକାକୁ ସୁଦୃଢ଼ କରାଯିବ।
ଅଡିଟ ଦିବସର ପାଳନର ପରବର୍ତ୍ତୀ ୨ ସପ୍ତାହ ଅଡିଟ ସଚେତନତା ପାଇଁ ରାଜ୍ୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରା ଯାଉଛି I ଆଜି ଏଜି ଅଫିସ ଦ୍ୱାରା ଏହି ପରିପ୍ରେକ୍ଷୀରେ ଏକ କାର୍ଯ୍ୟକ୍ରମ ଏକ ଆୟୋଜନ କରାଯାଇଥିଲା I ଏଥିରେ ଭାରତୀୟ ଅଡିଟ ଓ ଆକାଉଣ୍ଟସ ବିଭଗର କର୍ମଚାରୀ ମାନେ ଭାଗ ନେଇଥିଲେ I
ଉକ୍ତ ସଭାରେ ନିଜ ମତ ରଖି ଶ୍ରୀ ଅତୁଳ ପ୍ରକାଶ, ଆକାଉଣ୍ଟାଣ୍ଟ ଜେନେରାଲ କହିଥିଲେ ଯେ, ପରିବର୍ତ୍ତିତ ପରିସ୍ଥିତି ସହ ତାଳ ଦେବା ପାଇଁ ଆମର ଅଡିଟ ପ୍ରଣାଳୀକୁ ଅଧିକ ଦକ୍ଷ କରିବାକୁ ପଡିବ I ରେଳବାଇ ଅଡିଟର ପ୍ରଧାନ ନିର୍ଦେଶକ ନିଜ ବକ୍ତ୍ୟବ୍ୟରେ କହିଲେ ଯେ ଅଡିଟ ପାଇଁ ଗୁଣବତ୍ତା, ସମୟାନୁବର୍ତ୍ତିତା, କ୍ଷମତା ବିକାଶ ଓ ନୂତନ ପ୍ରୟୋଗର ଆବଶ୍ୟକତା ରହିଛି I ପ୍ରଧାନ ମହାଲେଖାକର ଶ୍ରୀ ସୁବୁ ଆର. କହିଲେ ଆମର ଯାହା ଉପଲବ୍ଧି ରହିଛି ତାକୁ ତର୍ଜମା କରି ଆଗକୁ କିପରି ଆହୁରି ଭଲ ଅଡିଟ ହେଇ ପାରିବ ସେ ବିଷୟରେ ଚିନ୍ତନ କରିବା ଉଚିତ I ଯଦି କେହି କର୍ମଚାରୀ ନୂତନ ବିଚାର ଆଣି ତାଙ୍କ ପାଖକୁ ଆଣେ ବିଭାଗୀୟ ମୁଖ୍ୟ ଭାବରେ ସେ ତାକୁ ଗ୍ରହଣ କରିବେ I ଶ୍ରୀ ଡି. ସାହୁ, ପ୍ରି. ଆକାଉଣ୍ଟାଣ୍ଟ ଜେନେରାଲ (ଏ ଆଣ୍ଡ ଇ) କହିଲେ WAMIS ତାଲିମ ପାଇଁ ଓଡ଼ିଶାକୁ ଉତ୍କର୍ଷ କେନ୍ଦ୍ର ଘୋଷଣା କରିବା ଏବଂ ବିଭାଗୀୟ ଆକାଉଣ୍ଟାଣ୍ଟ କ୍ୟାଡରକୁ ସୁଦୃଢ଼ କରିବା ପାଇଁ ପ୍ରୟାସ ବିଷୟରେ ସୂଚନା ଦେଇଥିଲେ I ସେ ରାଜ୍ୟ ଅର୍ଥ ଏବଂ ବ୍ୟୟ ହିସାବକୁ ଅଧିକ ବୋଧଗମ୍ୟ କରିବ। ପାଇଁ କଳେବରକୁ 1600 ପୃଷ୍ଟାରୁ 100 ପୃଷ୍ଠାକୁ ହ୍ରାସ କରିବା କରିବାକୁ ନିଅ ଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରେଇ ଥିଲେ ।
ସଭା ଶେଷ ହେବ ପରେ ପୁରୁଣା ଏ ଜି କଲୋନୀରେ ମିଶନ ଶକ୍ତି ବିଭାଗ ସହାୟତାରେ ଆୟୋଜନ କରାଯାଇଥିବା ଏକ ମେଳା କୁ ବିଭାଗୀୟ ମୁଖ୍ୟ ମାନେ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ I ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତକଳା ସ୍ଥାନ ପାଇଛି l ଏହି ଅବସରରେ ମହାଲେଖାକାର କାର୍ଯ୍ୟାଳୟ ଅଡିଟ-2 ପରିସରରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା l







