ବୁଗାଳିବନ୍ଧ ପାଣିରେ ପଡ଼ି ଯୁବକଙ୍କ ମୃତ୍ୟୁ। ।

👇समाचार सुनने के लिए यहां क्लिक करें

ବୁଗାଳିବନ୍ଧ ପାଣିରେ ପଡ଼ି ଯୁବକଙ୍କ ମୃତ୍ୟୁ।

  1. ନୀଳଗିରି, ୨୧/୧୧(ସିଧାସମ୍ବାଦ): ଜୈନିକ ଯୁବକ ର ବନ୍ଧସୁରକ୍ଷା ପାଚେରୀ ବସି ଥିବା ବେଳେ ପାଣିରେ ପଡ଼ି ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ସୂଚନା ଯୋଗ୍ୟ ନୀଳଗିରି ବ୍ଳକ ସିଆଡ଼ିମାଳ ପଞ୍ଚାୟତ ସୀତାପାତିପୁର ଗ୍ରାମର ରାଧାମୋହନ ବେହେରା ଙ୍କ ପୁତ୍ର ରବୀନ୍ଦ୍ର ବେହେରା (୩୪)ଗତକାଲି ସନ୍ଧ୍ୟାରେ ଘରୁ ଆସି ଆଉ ଫେରିନଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି ନିରାଶ ହୋଇ ପଡ଼ିଥିଲେ। ଆଜି ସକାଳେ ଗ୍ରାମ ନିକଟ ଖୁଦ୍ର ଜଳସେଚସନ ବିଭାଗ ର ବୁଗାଳି ବନ୍ଧ ପାଣିରେ ରବୀନ୍ଦ୍ର ଭାସୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ପରେ ପରିବାର ଲୋକ ରବୀନ୍ଦ୍ରକୁ ନୀଳଗିରି ମେଡିକାଲ କୁ ଆମ୍ବୁଲାନ୍ସ ଆଣିଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନୀଳଗିରି ଥାନା ପକ୍ଷରୁ ୪୭/୨୦୨୫ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି।
    ସ୍ଥାନୀୟ ସରପଞ୍ଚ ସୁରଥ ସିଂ, ସମିତି ସଭ୍ୟ ରାଜୀବ ଦାସବାବୁ, ୱାଡ଼ ସଭ୍ୟା ରଞ୍ଜିତା ବେହେରା, ଆଶା କର୍ମୀ ସାରସ୍ବତୀ ଦାସବାବୁ,ଗ୍ରାମ ବାସୀ ହରିମୋହନ ବେହେରା, ନରେନ୍ଦ୍ର ବେହେରା, ଶ୍ରୀକାନ୍ତ ବେହେରା, ଚକ୍ରଧର ବେହେରା ପ୍ରମୁଖ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। ସେଜଣେ ଗରିବ ଶ୍ରେଣୀରେ ଲୋକ ହୋଇଥିବାରୁ ସରପଞ୍ଚ ଶ୍ରୀଯୁକ୍ତ ସିଂ ହରିଶ୍ଚନ୍ଦ୍ର ଯୋଜନା ସହାୟତା ରାଶି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବାକୁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି।9
Sidha Sambad
Author: Sidha Sambad

Leave a Comment

और पढ़ें