ଅଜାଣତରେ ଲୁଣ ଭାବି ଥିମେଟ ଖାଇ ୩

👇समाचार सुनने के लिए यहां क्लिक करें

  • ଅଜାଣତରେ ଲୁଣ ଭାବି ଥିମେଟ ଖାଇ ୩ ଶୁଶୁ ଗୁରୁତ୍ତର।

    ନୀଳଗିରି,୨୧/୧୧(ସିଧାସମ୍ବାଦ):ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗ୍ରାମରେ ଅଜାଣତରେ ଥିମେଟ ଖାଇ ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି।ସୂଚନା ଅନୁଯାଇ ଉକ୍ତ ଗ୍ରାମର ବାବୁଲା ସିଂ ପୁଅ ଯୁବରାଜ ସିଂ(୮),ଅକ୍ଷୟ ସିଂଙ୍କ ଝିଅ ଇନ୍ଦୁରେଖା ସିଂ(୫)ରମେଶ ସିଂଙ୍କ ପୁଅ ଘନଶ୍ୟାମ ସିଂ(୪) ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳ ଖେଳୁଥିଲେ।ଏବଂ ଛୋଟ ଛୋଟ ସଢେଇରେ ମାଟି ରଖି ମିଛି ମିଛିକା ଭାତ ଡାଲି ଓ ବିଭିନ୍ନ ତରକାରୀ ମାନ ପ୍ରସ୍ତୁତ କରିଥିଲେ।ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ ।ଘରର ସମସ୍ତ ପରିବାର ଲୋକେ ସେହି ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ।ଘରକୁ ଫେରିବା ପରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।ଘନଶ୍ୟାମ ଓ ଇନ୍ଦୁରେଖା ରେମୁଣା ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି।

Sidha Sambad
Author: Sidha Sambad

Leave a Comment

और पढ़ें