ରାତିରେ ଘର ମାଲିକ ଫୁଲ ଗଛରେ ବିଦ୍ୟୁତ ଚାର୍ଜ କରିଥିଲା।
ଫୁଲ ତୋଳିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ପଡୋଶୀ ଯୁବକ ମୃତ୍ୟୁ।
ନୀଳଗିରି,୨୧/୧୧(ସିଧାସମ୍ବାଦ); ଫୁଲ ଚୋରି ହେଉଥିବାରୁ ରାତିରେ ଘର ମାଲିକ ଫୁଲ ଗଛରେ ବିଦ୍ୟୁତ ଚାର୍ଜ କରିଥିଲା। ଭୋର ସମୟରେ ଜୈନିକ ପଡୋଶୀ ର ଜଣେ ଯୁବକ
ଫୁଲ ତୋଳିବାକୁ ଆସିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶିରେ ଆସି ଶୋଚନୀୟ ଭାବେ ମୃତ୍ୟୁ ହୋଇଯାଇଛି। ଏନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି। ଦୁର୍ଘଟଣା ଟି ଘଟିଛି ନୀଳଗିରି ଥାନା ସାନଅତା ଗ୍ରାମରେ। ଗ୍ରାମର ସ୍ବର୍ଗତ ପୁରୁଷତ୍ତମ ଦାସ ଙ୍କ ଏକମାତ୍ର ପୁଅ ତାପସ ଦାସ (୩୭) ଦୈନନ୍ଦିନ ଭୋର ସମୟରେ ବାଡ଼ି ବଗିଚାରୁ ଫୁଲ ତୋଳି ମନ୍ଦିରକୁ ଦେଇଥାଏ। ଆଜି ଭୋର ପ୍ରାୟ ୫.୩୦ମିନିଟ ସମୟରେ ଘରୁ ବାହାରି ତଳ ସଡ଼କ ଢଢୟା ପୋଲ ଛକ ରେ ଥିବା ଏକ ମିଷ୍ଟନା ଭଣ୍ଡାର ରୁ ଏକ ପଲିଥିନ ନେଇ ନିକଟ ଦୀନବନ୍ଧୁ ରାଉତ ଙ୍କ ବାଡି଼କୁ ଫୁଲ ତୋଳିବା ପାଇଁ ଯାଇଥିଲା। ଫୁଲ ଗଛରେ ପୂର୍ବରୁ ବିଦ୍ୟୁତ ତାର ସଂଯୋଗ ହୋଇ ଚାର୍ଜ ହେବାକଥା ତାପସ ଆଦୁ ଜାଣି ନଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣା ସ୍ଥଳରେ ତାପସ ର ମୃତ୍ୟୁ ହୋଇ ଯାଇଥିଲା। ତେବେ ପଡୋଶୀ ଙ୍କ ସହଯୋଗରେ ନୀଳଗିରି ମେଡିକାଲ କୁ ଅଣାଯାଇଥିଲେ ସୁଧା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ଉଠ, ପାଦ ପୋଡ଼ିଯାଇଥିବାର ଦେଖିବାକୁ ମିଳିଥିଲା। ଏନେଇ ନୀଳଗିରି ଥାନା ପକ୍ଷରୁ ୪୮/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଥିବା ବେଳେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ପୂର୍ବରୁ ତାପସ ଙ୍କ ବାପା ଙ୍କ ସ୍ୱର୍ଗ ବାସ ହୋଇଥିବା ବେଳେ ବୁଢ଼ୀ ମାଆ, ସ୍ତ୍ରୀ ଓ ଏକମାତ୍ର ଝିଅ ର ସେ ଏକମାତ୍ର ସାହାରା ଥିଲେ। ଏଭଳି ଅକାଳ ବିୟୋଗ କୁ ନେଇ ଅଞ୍ଚଳରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।






