କୁଳଡିହା ଅଭୟାରଣ୍ୟରେ ବାଘ ।

👇समाचार सुनने के लिए यहां क्लिक करें

କୁଳଡିହା ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ।

ନୀଳଗିରି,୨୨/୧୧(ସିଧାସମ୍ବାଦ): କୁଳଡିହା ଅଭାୟାରଣ୍ୟରେ ବାଘ ଗଣନା ଗତ ୨୦ ତାରିଖ ଠାରୁ ଆରମ୍ଭ ହୋଇଛି। ୨୭୨.୭୫ ବର୍ଗ କିଲୋମିଟର ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଥିବାବେଳେ ବାଘ ମଧ୍ୟ ଅଛନ୍ତି । କଲରାପତରିଆ, ହେଟା ବାଘ ଥିବାବେଳେ ଗତବର୍ଷ ଶିମିଳିପାଳରୁ ଏକ ମହାବଳ ବାଘ ଆସି ବେଶ କିଛିଦିନ ରହିଥିଲା। ଏହା ଏକ ବାଘୁଣୀ ହୋଇଥିବା ବେଳେ ଅଳ୍ପ ଦିନ ରହିବା ଭିତରେ ଜୀବଜନ୍ତୁ, ଗୋରୁଗାଈ ଶିକାର କରି ମଧ୍ଯ ଖାଇଥିଲା। କିଛିଦିନ ପୂର୍ବରୁ ତାର ଖୋଜଖବର ନଥିବା ବେଳେ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା। ତେବେ ଡିଏଫଓ ପ୍ରଫୁଲ୍ଲ ମଲ୍ଲିକଙ୍କ ନିର୍ଦ୍ଦେଶରେ କୁଳଡିହା ବନବିଭାଗ ପକ୍ଷରୁ ୧୬ଟି ସ୍ଥାନରେ ଏହି ଗଣନା ପ୍ରକ୍ରିୟା ଚାଲିଥିବା ଜଣାପଡ଼ିଛି। କୁଳଡିହା ଅଭୟାରଣ୍ୟ ଚାରିପଟୁ ଘଞ୍ଚ ଜଙ୍ଗଲ ଭିତରକୁ ଯାଇ କର୍ମଚାରୀମାନେ ଏହି ଗଣନା ପ୍ରକ୍ରିୟାରେ ସାମିଲ ଥିବା ବେଳେ ପୂର୍ବରୁ ବାଘ ଗଣନା ପାଇଁ ଜଙ୍ଗଲରେ ପ୍ଲାଷ୍ଟର ଅଫ ପ୍ୟାରିସ ରଖାଯାଉଥିବା ବେଳେ ଏହାକୁ ମାଡ଼ିବା ପରେ ବାଘର ପାଦ ଚିହ୍ନ ଛାପ ଦେଖ୍ କେଉଁ ପ୍ରକାରର ବାଘ ବୋଲି ଜଣାପଡ଼ୁ ଥିଲା।
ହେଲେ ଏବେ ନୂତନ ପ୍ରଣାଳୀ ରେ ବାଘ ଚିହ୍ନଟ ହେଉଛି। ସେହିପରି ଝରଣାକୁ ପାଣି ପିଇବା ପାଇଁ ବାଘ ସାଧାରଣତଃ ଆସିଥାନ୍ତି। ଝରଣା କୂଳ ଓ ଘଞ୍ଚ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଯାଇ ଚିହ୍ନଟ ପ୍ରକ୍ରିୟା ଚାଲିଛି। । ଖାଲି ବାଘ ନୁହଁ ଅନ୍ୟ ପ୍ରଜାତିର ଜୀବଜନ୍ତୁଙ୍କୁ ମଧ୍ଯ ଟ୍ରାପ କ୍ୟାମେରାରେ ଦେଖି ତାଙ୍କର ଗତିବିଧ‌ି ଉପରେ ଅନୁଧ୍ୟାନ କରାଯାଉଛି । ୨୦ ତାରିଖରୁ ଆସନ୍ତା ୨୬ତାରିଖ ପର୍ଯ୍ୟନ୍ତ ସାତଦିନ ଧରି ବାଘ ଗଣନା ଚାଲିବ ବୋଲି ଜଣା ପଡ଼ିଛି। କୁଲଡିହା ରେଞ୍ଜର ସୁବ୍ରତ ବେହେରା, ଏସିଏଫ ତଟନୀ ସେଠୀ, ୮ ଜଣ ଫରେଷ୍ଟର, ୧୪ଜଣ ଫରେଷ୍ଟ ଗାର୍ଡ , ୩୮ଜଣ ସବୁଜ ବାହିନୀ ବାଘ ଗଣନାରେ ନିୟୋଜିତ ଅଛନ୍ତି।
ଗଣନା ପ୍ରକ୍ରିୟା ସରିଲେ କେଉଁ ପ୍ରଜାତିର ବାଘ ଅଛନ୍ତି ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ ବାଲି କୁଳଡିହା ରେଞ୍ଜର ସୁବ୍ରତ କୁମାର ବେହେରା ପ୍ରକାଶ କରିଛନ୍ତି ।

Sidha Sambad
Author: Sidha Sambad

Leave a Comment

और पढ़ें