ବାଲେଶ୍ବରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା।

👇समाचार सुनने के लिए यहां क्लिक करें

ବାଲେଶ୍ବରରେ କୃଷି ମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା।

ନୀଳଗିରି, ୨୧/୧୧ (ସିଧାସମ୍ବାଦ): ବାଲେଶ୍ଵରରେ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଦାବିରେ – କ୍ରିୟାନୁଷ୍ଠାନ କମିଟିର ନୀଳଗିରି ଶାଖା ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦିଆଯାଇଛି।
ବାଲେଶ୍ବର ଏକ କୃଷିପ୍ରଧାନ ଜିଲ୍ଲା । ଜିଲ୍ଲାର ହଜାର ହଜାର ଲୋକ ଧାନ, ପାନ, ମୀନକୁ ଜୀବିକା ଭାବେ ଗ୍ରହଣ କରିଛନ୍ତି। ତେଣୁ ଏଠାରେ ଏକ କୃଷି ମହାବିଦ୍ୟାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଜରୁରୀ ହୋଇପଡ଼ିଛି। ଏହାଦ୍ବାରା ଜିଲ୍ଲାର ଚାଷୀଙ୍କ ଉନ୍ନତି ହେବା ସହିତ କୃଷି ପ୍ରତି ଯୁବପିଢ଼ିଙ୍କ ଆଗ୍ରହ ବଢ଼ିବ ବୋଲି ଦାବି କରିଛି କ୍ରିୟାନୁଷ୍ଠାନ କମିଟି। ପୂର୍ବତନ କଲେଜ ଅଧକ୍ଷ ମନୋରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଧାରଣାରେ କମିଟିର ସାଧାରଣ ସମ୍ପାଦକ ଅଭୟ ମିଶ୍ର, ଉପସଭାପତି ହରିନାରାୟଣ ମଢ଼ୁଆଳ, କ୍ଷେତ୍ରେଶ୍ଵରୀ ଦାସ, ପ୍ରଫୁଲ୍ଲ କୁମାର ଦାସ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ସିପିଏମ୍ ନେତା ବିଜୟ କୁମାର ପାତ୍ର, ଅମରେନ୍ଦ୍ର ନାୟକ, ଉମାକାନ୍ତ ଷଡ଼ଙ୍ଗୀ, କାଳିଆ ପାତ୍ର, ଷ୍ଟାଲିନ ମିଶ୍ର, ସିପିଆଇ ନେତା ନିରଞ୍ଜନ ବାରିକ, ଗୋବିନ୍ଦ ଚନ୍ଦ୍ର ଭୋଇ, ପ୍ରଫୁଲ୍ଲ ଦାସ ପ୍ରମୁଖ ସାମିଲ ହୋଇଥିଲେ । ଶେଷରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଡ. ମଧୁସ୍ମିତା ସାମନ୍ତରାୟ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।

Sidha Sambad
Author: Sidha Sambad

Leave a Comment

और पढ़ें