ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ’ ମହୋତ୍ସବ ଅନୁଷ୍ଠିତ।
ନୀଳଗିରି, ୨୧/୧୧ (ସିଧାସମ୍ବାଦ): ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଏବଂ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ନୀଳଗିରି ବ୍ଲକ୍ ବଣଭୂଇଁ ସରକାରୀ ଆଶ୍ରମ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ‘ସର୍ଗି ଫୁଲ’ ଅନୁଷ୍ଠିତ ହୋଇଯାଇଛି। ଦିବସବ୍ୟାପି ଆୟୋଜିତ କାର୍ଯ୍ୟକ୍ରମରେ ୪୩ଟି ଆଶ୍ରମ ସ୍କୁଲର ଛାତ୍ରଛ ତ୍ରଛାତ୍ରୀ ଭାଗ ନେଇଥିଲେ । ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଉତ୍ସବରେ ସ୍ଥାନୀୟ ଉପଜିଲ୍ଲାପାଳ ଡ. ମଧୁସ୍ମିତା ମଧୁସ୍ମିତା ସାମନ୍ତରାୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷାକୁ ମୂଳଭିତ୍ତି କରି ଆଗକୁ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମ ଦେବାଶିଷ ସ୍ବାଇଁ, ସମ୍ମାନିତ ଅତିଥି ଭାବେ ନୀଳଗିରି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶୈଳେନ୍ଦ୍ର ଶତପଥୀ, ବାଲେଶ୍ଵର ଜିଲ୍ଲା ଶିକ୍ଷକ ସଙ୍ଘର ନେତା ବିଶ୍ଵମ୍ବର ଧଳ, ବୈଷ୍ଣବବନ୍ଧ ସେବାଶ୍ରମର ପ୍ରଧାନଶିକ୍ଷୟିତ୍ରୀ କୁଞ୍ଚଲତା ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ । ବଣଭୂଇଁ ଏସଏସଡି ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମଧୁସ୍ମିତା ପରିଡ଼ା ସଭାପତିତ୍ବ କରିଥିଲା ବେଳେ ଶିକ୍ଷକ ବିଭୂତି ଭୂଷଣ ଭୂଷଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ନିମନ୍ତ୍ରିତ ଅତିଥିମାନଙ୍କ ଦ୍ୱାରା କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ମଙ୍ଗଳ ଅଧିକାରୀ ଶ୍ରୀଯୁକ୍ତ ଶତପଥି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।




