ମୁଖ୍ୟମନ୍ତ୍ରୀ ବସସେବାରେ ଛାତ୍ରଛାତ୍ରୀଙ୍କୁ ମାଗଣା ଯାତ୍ରା ଅନୁମତି

👇समाचार सुनने के लिए यहां क्लिक करें

।ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସରିଥିବା ମନ୍ତ୍ରୀ କହିଛନ୍ତି। ପରିବହନ ବିଭାଗ ଯେମିତି କ୍ଷତି ନ ସହିବ ସେନେଇ ମଧ୍ୟ ଆଲୋଚନା ହୋଇଛି। ୧୪୨୨ଟି ବସ୍‌ ଯୋଗେ ସ୍କୁଲ ପିଲାଙ୍କୁ ମାଗଣା ସେବା ଯୋଗାଇ ଦିଆଯିବ। ଉଭୟ ଏସି ଓ ନନ୍‌ ଏସି ବସ୍‌ରେ ଲାଗୁ ହେବ ଏହି ସେବା। ବସ୍‌ରେ ଯାତ୍ରା ବେଳେ ୟୁନିଫର୍ମରେ ରହିବା ସହ ଆଇକାର୍ଡ ପକାଇବେ ଛାତ୍ରଛାତ୍ରୀ। କେଉଁ ରୁଟ୍‌ରେ କେତେ ବସ୍‌ ଚାଲିବ ତାହା OSRTC ସ୍ଥିର କରିବ ବୋଲି ମନ୍ତ୍ରୀ କହିଛନ୍ତି।*

Sidha Sambad
Author: Sidha Sambad

Leave a Comment

और पढ़ें