କୂଅରେ ପଡି ବୃଦ୍ଧାଙ୍କ ମୃତ୍ୟୁ

👇समाचार सुनने के लिए यहां क्लिक करें

ବେଗୁନିଆ ଡିଙ୍ଗର ଗାଁରେ ଅଘଟଣ, କୂଅରେ ପଡି ବୃଦ୍ଧାଙ୍କ ମୃତ୍ୟୁ। ପାଣି ଆଣିବାକୁ ଯାଇ ଏଭଳି ଦୁର୍ଘଟଣା ଘଟିଥିବା ଜଣାପଡିଛି l ମୃତ ବୃଦ୍ଧାଙ୍କ ନାମ ହାରାମଣି ଦେଇ। ସୂଚନା ଅନୁଯାଇ ବୃଦ୍ଧା ଜଣଙ୍କ ଗତକାଲିଠାରୁ ପାଣି ଆଣିବାକୁ ଯାଇ ଫେରି ନଥିଲେ, ହେଲେ ଆଜି ସକାଳୁ ପରିବାର ଲୋକ କୂଅ ଭିତରେ ପଡିଥିବାର ଦେଖି ବେଗୁନି ଅଗ୍ନୀଶମ ବାହିନୀକୁ ଖବର ଦେବାରେ ଅଗ୍ନିଶମ କର୍ମଚାରୀ ଆସି କୂଅ ଭିତରୁ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି । ଘଟଣା ସ୍ଥଳରେ ବେଗୁନିଆ ପୋଲିସ ପହଞ୍ଚି ବୃଦ୍ଧାଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି l

Sidha Sambad
Author: Sidha Sambad

Leave a Comment

और पढ़ें